ପୋଖରୀରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

0
325

ମୋହନା:(ନ୍ୟୁଜ୍ ଏକ୍ସଟ୍ରା) ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ବାଉଁଶୁରୀ ଗ୍ରାମର ପୋଖରୀରରୁ ଜଣେ ବୃଦ୍ଧଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି l ମୃତକ ଜଣକ ସେହି ଗ୍ରାମର ସୀତାରାମ ଜାନିଙ୍କ ବାପା ଶୁକଦେବ ଜାନି ବୋଲି ଜଣାପଡ଼ିଛି l ଗତ ସୋମବାର ଠାରୁ ଶୁକଦେବ ନିଖୋଜ ଥିବା ନେଇ ପରିବାର ବର୍ଗ ପୋଲିସ ରେ ଅଭିଯୋଗ କରିଥିଲେ l ବୁଧୁବାର ଅପରାହ୍ନରେ ଶୁକଦେବଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ lମୋହନା ଅଗ୍ନିଶମ ବିଭାଗ ସହାୟତା ରେ ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଇଛି l ଘଟଣା ସ୍ଥଳରେ ମୋହନା ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here