ରାମଳିଙ୍ଗମ ସେକ୍ଟର ସ୍ତରୀୟ ଜାତୀୟ ପୃଷ୍ଟିକର ମାସ ପାଳିତ

0
245

ବ୍ରହ୍ମପୁର :ବ୍ରହ୍ମପୁର ରାମଲିଙ୍ଗେଶ୍ୱର ଅଙ୍ଗନବାଡି ସେକ୍ଟର ପକ୍ଷରୁ ଜାତୀୟ ପୃଷ୍ଟିକର ମାସ ପାଳିତ ହୋଇଯାଇଛି। ଏହି ଅବସରରେ ରଂଗୁଣିବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଗର୍ଭବତୀ ମହିଳା ମାନଙ୍କୁ ସଚେତନତା କରାଯାଇଥିଲା। ମହିଳା ଓ ଶିଶୁ ସମନ୍ୱୟ ବିଭାଗ ଅଧିନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସିଡିପିଓ ବିଜୟ ଲକ୍ଷ୍ମୀ ନାୟକ ଯୋଗ ଦେଇ ଉଦଘାଟନ କରିଥିଲେ। ଏହା ସହ ସମ୍ମାନିତ ଅତିଥି ଭାବେ ପୂର୍ବତନ କର୍ପୋରେଟର ଦଣ୍ଡପାଣି ନାୟକ, ସୁପରଭାଇଜର ସବିତା ଜେନା, ଭବାନୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଗର୍ଭବତୀ ମହିଳା ମାନେ ନିଜର ଯତ୍ନ ନେବା ସହ ନିଜ ନିକଟରେ ମିଳୁଥିବା ଖାଦ୍ୟ ଶସ୍ୟରୁ କିପରି ସୁଷମ ଖାଦ୍ୟ ପ୍ରସ୍ତୁତ କରି ଖାଇବେ ସେ ନେଇ ଅତିଥିମାନେ କହିଥିଲେ। ଏହା ସହ ନବ ଜନ୍ମିତ ଶିଶୁକୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୃଷ୍ଟିକର ଖାଦ୍ୟ ଦେବାପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ରାମଳିଙ୍ଗମ ସେକଟର ର ଅଙ୍ଗନବାଡି କର୍ମୀ ବବିନା ବେହେରା,ସୁମତି ସାହୁ,ବିଜୟ ଲକ୍ଷ୍ମୀ ଆଚାରି, ରଞ୍ଜିତା ମହାପାତ୍ର, ସୁଜାତା ସାମଲ, ସୁନିତା ସାବତଙ୍କ ସମେତ ସମସ୍ତ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here