ଗଞ୍ଜାମ ଜିଲ୍ଲା ସହରାଞ୍ଚଳର ପୌର ନିର୍ବାଚନ ତୁରନ୍ତ କରିବାକୁ ହାଇକୋର୍ଟରେ ରିଟ ଫାଇଲ କଲେ ଆଇନଜୀବି ପୀତବାସ ପଣ୍ଡା

0
225

ବ୍ରହ୍ମପୁର:ଦୀର୍ଘ ପ୍ରାୟ ତିନି ବର୍ଷ ହେଲା ନିର୍ବାଚିତ ପୌର ପରିଷଦର କାର୍ଯ୍ୟକାଳ ଶେଷ ହେଲାଣି l ସରକାର ଜାଣିଶୁଣି ପୌର ନିର୍ବାଚନକୁ କରୁ ନାହାନ୍ତି l ଲୋକଙ୍କୁ ଲୋକ ଙ୍କ ଦ୍ଵାରା ଶାସନ କରିବା ପାଇଁ ଗଠିତ ହୋଇଥିବା ପୌର ଆଇନକୁ ସରକାର ଅଣଦେଖା କରୁଛନ୍ତି l ନିର୍ବାଚିତ ଜନ ପ୍ରତିନିଧିଙ୍କ ଅଭାବରେ ବିକାଶ ତ ଠିକ ଭାବରେ ହୋଇପାରୁନାହିଁ ଲୋକେ ନିଜ ସୁବିଧା ଅସୁବିଧା ସମାଧାନ କରିବା ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ତଥା ବ୍ରହ୍ମପୁର ର ଜଣାଶୁଣା ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟଳୟ ରେ ଏକ ରିଟ ପିଟିସନ ଦାଖଲ କରି ଗଞ୍ଜାମ ଜିଲ୍ଲା ର ସମସ୍ତ 16ଟି ବିଜ୍ଞାପିତ ଅଂଚଳ ଓ 2ଟି ମୁନିସିପାଲିଟିରେ ତୁରନ୍ତ ନିର୍ବାଚନ କରିବାକୁ ସରକାରଙ୍କୁ ନିର୍ଦେଶ ଦେବାକୁ ନିବେଦନ କରିଛନ୍ତି l
ଆବେଦନକାରି ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ସମେତ ରାଜ୍ୟ ନିର୍ବାଚନ ଅଧିକାରୀ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ପକ୍ଷ କରିଛନ୍ତି l ସେପ୍ଟେମ୍ବର 2013ରେ ହୋଇଥିବା ନିର୍ବାଚିତ ପୌର ପରିଷଦ ଗତ 2018 ସେପ୍ଟେମ୍ବର ରେ ତାର କାର୍ଯ୍ୟକାଳ ଶେଷ କରିଛି l ପୌର ଆଇନ ଅନୁଯାଇ ଛଅ ମାସ ମଧ୍ୟରେ ନିର୍ବାଚନ ହେବା ବିଧି ଥିବାବେଳେ ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ନିର୍ବାଚନକୁ ଘୁଞ୍ଚାଇବା କୌଣସି କାରଣ ନାହିଁ ବୋଲି ଆବେଦନ କରି ମାନ୍ୟବର ଉଚ୍ଚ ନ୍ୟାୟଳୟରେ ନିବେଦନ କରିଛନ୍ତି l ଆବେଦନ କାରୀଙ୍କ ପକ୍ଷରୁ ଆଇନଜୀବି ସିଦ୍ଧାର୍ଥ ପ୍ରସାଦ ଦାସ ମକଦମା ପରିଚାଳନା କରୁଛନ୍ତି l

LEAVE A REPLY

Please enter your comment!
Please enter your name here