୧ ଟନ ୮କେଜି ଗଞ୍ଜେଇ ଜବତ ,୩ଗିରଫ : ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା

0
422

କୋରାପୁଟ (ନ୍ୟୁଜ ଏକ୍ସଟ୍ରା)ଜୟପୁର ସଦର ଅଞ୍ଚଳ ରେ ପୁଣି କୋଟିଏ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କରିଛି ପୋଲିସ।ଗତକାଲି ରାତି ଏକ ଟ୍ରକରେ କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ଜୟପୁର ସଦର ଅଞ୍ଚଳ ଆଡକୁ ଆସୁଥିଲା ଏହି ଗଞ୍ଜେଇ ବୋଝେଇ ଟ୍ରକ। ।କୌଣସି ସୂତ୍ରରୁ ଖବର ପାଇ ସଦର ଥାନାଅଧିକାରୀ ଆଦିତ୍ୟ ମହାଙ୍କୁଡ଼ ଏକ ଟିମ ଧରି ଜବାକନାଡି ଛକ ନିକଟ ରେ ଗାଡିକୁ ଯାଞ୍ଚ କରିଥିଲେ।ଗାଡି ଯାଞ୍ଚ ବେଳେ ଦୁଇଜଣ ସପ୍ଲାୟର ସେଠାରୁ ଚମ୍ପଟ ମାରିଥିଲେ।ଘଟଣା ସ୍ଥଳ ରୁ ଜଣ କୁ କାବୁ କରିବା ସହ ଟ୍ରକ କୁ ଜବତ କରିବାରେ ସଫଳ ହୋଇଥିଲା ପୋଲିସ। ଜୟପୁର SDPO ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରାଯାଇ ଚମ୍ପଟ ମାରିଥିବା ଦୁଇ ସପ୍ଲାୟର ଙ୍କୁ ଜଲାପୁଟ ରୁ ଗିରଫ କରିବାରେ ମଧ୍ୟ ସଫଳ ହୋଇଛି ସଦର ପୋଲିସ।ଜବତ ଗଞ୍ଜେଇ ର ପରିମାଣ ୧ଟନ ୮କେଜି ଯାହାର ବଜାର ମୂଲ୍ୟ ଏକ କୋଟି ଟଙ୍କା ।ଗଞ୍ଜେଇ ଟ୍ରକ ଟି ଜଲାପୁଟ ଠାରୁ ଜୟପୁର ଆଣି ପରେ ଏଠାରୁ ଅନ୍ୟ ଏକ ଗାଡି ଯୋଗେ ବାହାର ରାଜ୍ୟ କୁ ଚାଲାଣ କରିବାର ଯୋଜନା ହୋଇଥିଲା। ପୋଲିସ ଏହି ଯୋଜନା କୁ ଫଣ୍ଡ କରିବାରେ ସଫଳ ହୋଇଛି। ଏହି ଘଟଣା ରେ ତିନି ଜଣ ଗିରଫ ହୋଇଛନ୍ତି। ଗିରଫ ତିନି ଙ୍କ ମଧ୍ୟରେ ଦୁଇଜଣ ଗଞ୍ଜେଇ ସପ୍ଲାୟର ରହିଛନ୍ତି। ଦୁଇ ଗଞ୍ଜେଇ ସପ୍ଲାୟର ମଧ୍ୟରେ ଜଣେ ବସ ମାଲିକ ରହିଥିବା ମଧ୍ୟ ସୂଚନା ଦେଇଛି ପୋଲିସ। ଏମାନଙ୍କ ଠାରୁ ଗୋଟେ ଟ୍ରକ , ଗୋଟେ ଟାଟା ଇଣ୍ଡିଗୋ କାର, ଏକ ବାଇକ, ୪ଟି ମୋବାଲି, ଏବଂ ନଗଦ ୧ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଛି। ଏହି ଗଞ୍ଜେଇ ଚାଲାଣ ରେ ଆହୁ ରି କିଛି ବ୍ୟକ୍ତି ସମ୍ପୃକ୍ତି ରହି ଥିବା ବେଳେ ସେମାନଙ୍କୁ ମଧ୍ୟ ଅତିଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଜୟପୁର SDPO ଅରୁପ ଅବିଶେକ ବେହେରା।ଏନେଇ ସଦର ଥାନାରେ ଏକ ଏନ ଡ଼ି ପି ଏସ ମାମଲା ରୁଜୁ କରାଯାଇଛି ବୋଲି ସଦର ଥାନା ପକ୍ଷରୁ କୁହାଯାଇଛି।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here