ବାଲିଗୁଡା ଏନ ଏସି କର୍ମଚାରୀ ଙ୍କୁ ଆକ୍ରମଣ ଘଟଣାରେ ତିନି ଗିରଫ

0
248

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ଭବାନୀ ଶଙ୍କର ଦୋରାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ଅବନୀ ନାୟକ,ପିଣ୍ଟୁ ସେଠୀ,ମିଥୁନ ସାହୁ । ଏମାନଙ୍କ ବିରୁଦ୍ଧରେ କେଶ ନମ୍ବର ୧୫୨/୨୧ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି ।ସୁଚନା ଯୋଗ୍ୟ ଯେ ଗତ ୨ ତାରିଖ ଦିନ ଏନଏସିର ଏକ ଠିକା କାମକୁ ନେଇ ଯୁକ୍ତିତର୍କ ହୋଇଥିଲା ତାପରେ ବସଷ୍ଟାଣ୍ଡ ନିକଟରେ ୨୦ରୁ ଉର୍ଦ୍ଧ ଯୁବକ ମରଣାତ୍ମକ ଆକ୍ରମଣ କରିଥିଲେ ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here