ବ୍ରହ୍ମପୁରରୁ ବ୍ରାଉନ ସୁଗାର ଜବତ, ଦୁଇ ଅଟକ

0
640

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ସଂଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ମୋଟର ସାଇକେଲ ଓ ୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ପୋଲିସ ତଦନ୍ତ ଅନୁଯାୟୀ, ଅଭିଯୁକ୍ତମାନେ ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ଼ ଗାଁର ବୁଡୁ ଦାଶ ଓ ସୋରଳ ଜଙ୍କସନର ରଞ୍ଜନ ସାହୁ । ଅଭିଯୁକ୍ତମାନେ ବ୍ରାଉନ ସୁଗାର ଛୋଟ ଛୋଟ ପ୍ୟାକେଟ କରି ଆଖାପାଖ ଅଞ୍ଚଳର ଇଞ୍ଜିନିୟରିଂ ଛାତ୍ରମାନଙ୍କୁ ବିକ୍ରୀ କରୁଥିବା ଜଣାପଡିଛି । ପ୍ରତ୍ୟେକ ପ୍ୟାକେଟ୍ର ମୂଲ୍ୟ ୫ଶହ ଟଙ୍କା । ଏକ ମୋଟର ସାଇକେଲରେ ଭୂବନେଶ୍ୱରରୁ ଅଭିଯୁକ୍ତମାନେ ଏହି ବ୍ରାଉନ ସୁଗାର ଧରି ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ପୋଲିସ ସେମାନଙ୍କୁ ଖଜୁରୀଆ ନିକଟରେ କାବୁ କରିଥିଲା । ତେବେ କେବଠାରୁ ଏହି ବ୍ୟବସାୟ ଚାଲିଛି ଓ କେଉଁ ମାନଙ୍କ ଏଥିରେ ସଂପୃକ୍ତି ରହିବା ସହ ଏହାର ନେଟୱାର୍କ କେଉଁ ଆଡ଼େ ଲମ୍ୱିଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here