ଜୁଆ ଅଡ୍ଡା ଉପରେ ଚଢ଼ାଉ, ୫ଜୁଆଡି ଗିରଫ

0
651

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ଥାନା ଅଞ୍ଚଳ ତଲାସିଂ ଗ୍ରାମରେ ଚାଲିଥିବା ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ଦିଗପହଣ୍ଡି ପୋଲିସ ୫ଜଣ ଜୁଆଡିଙ୍କୁ ଗିରଫ କରିଥିବା ସହ ନଗଦ ୫ହଜାର୍ ୨୫୦ ଟଙ୍କା ଓ ତାଶ ପ୍ୟାକେଟ ଜବତ କରିଛି । ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ତଲାସିଂ ଗ୍ରାମରେ ଜୁଆ ଆଡ୍ଡା ଚାଲିଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଥାନାଧିକାରୀ ବସନ୍ତ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଉକ୍ତ ଆଡ୍ଡାରେ ଚଢ଼ାଉ କରିଥିଲେ । ପୋଲିସକୁ ଦେଖି ଜୁଆଡ଼ିମାନେ ଛତ୍ରଭଙ୍ଗ ଦେଉଥିବାବେଳେ ୫ଜଣ ଜୁଆଡ଼ିଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଏନେଇ କେସ ନଂ ୧୬୫/୧୯ ରେ ଏକ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here