ହତ୍ୟାକାରୀଙ୍କୁ ଧରିଲା ଉମରକୋଟ ପୁଲିସ୍

0
517

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଦୁର୍ଘଟଣା କେସ୍ ଶେଷରେ ହତ୍ୟା ଘଟଣା ପାଲଟିଛି। ଘଟଣା ପ୍ରକାରେ, ଗତ ୩୦/୦୭/୨୧ ତାରିଖରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଉମରକୋଟ-ଡାବୁଗାଁ ରାଜ୍ୟ ରାଜପଥ 39ର ଡାବୁଗାଁ ଅଧୀନରେ ଥିବା ଚାଟିଗୁଡା ଗ୍ରାମ ମୁଖ୍ୟ ରାସ୍ତା ନିକଟରୁ ସେଦିନ ରାତି ୯ ଘଣ୍ଟା ସମୟରେ ଉଦ୍ଧାର କରି ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଏହି ଅଜଣା ବ୍ୟକ୍ତି ଙ୍କୁ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ମୁମୁର୍ଷୁ ଅବସ୍ଥାରେ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଏହି ବ୍ୟକ୍ତିଙ୍କୁ କୌଣସି ଅଚିହ୍ନା ଗାଡି ଧକ୍କା ଦେଇ ଚାଲି ଯାଇଥିବା କିମ୍ବା ଅନ୍ୟ କୌଣସି କାରଣରୁ ସେଠାରେ ଆହତ ହୋଇ ପଡିଥିବା ସମୟରେ ତାହା ଡାବୁଗାଁ ଥାନା ଅଧିନରେ ଯାଉଥିବା ଯୋଗୁଁ ଡାବୁଗାଁ ଥାନାରେ ଏକ ୧୧୬/୨୧ ନମ୍ବରରେ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟକ୍ତି ଙ୍କ ପରିଚୟ ଓ ମୃତ୍ଯୁର କାରଣ ଖୋଜିବା ପାଇଁ ତଦନ୍ତ ଚଳାଇଥିଲା। ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ତଦନ୍ତରେ ପୁଲିସ ଏହା ଏକ ହତ୍ୟା ବୋଲି ଜାଣିପାରିଥିଲେ। ପୁଲିସ ସୁଚନା ପ୍ରକାରେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଜୁନାପାଣି ଗ୍ରାମର କମଳ ଲୋଚନ ସରାଦୁ। ଗତ ୩୦/୦୭/୨୦୨୧ ତାରିଖ ଦିନ ସନ୍ଧ୍ୟା ପ୍ରାୟ 5.00 ଘଣ୍ଟା ସମୟରେ କମଳ ଲୋଚନ ତେନ୍ତୁଳି ଗାଁରେ ରହୁଥିବା ତାଙ୍କ ସାଙ୍ଗ ଲାଇବାନ ଭତ୍ରା ଘରକୁ ଯାଇଥିବା ସମୟରେ 7:00 ଟା ସମୟରେ ସେହି ଗାଆଁର ଡମଣା ଗଉଡଙ୍କ ସାମ୍ନାରେ ମୋଟର ସାଇକେଲକୁ ଧରି ଠିଆ ହୋଇଥିବା ବେଳେ ସେହି ଗାଁର ଡମଣା ଗୌଡ, ସୁଜେନ ପାଲ ଏବଂ ମିଥୁନ ମଣ୍ଡଳ ତାଙ୍କୁ ମୋଟର ସାଇକେଲ ଚୋର ଭାବି ମାରପିଟ କରିଥିଲେ ଓ ତଳେ ପଡ଼ି ଯାଇଥିଲେ ଯାହା ଫଳରେ କମଳ ଲୋଚନଙ୍କ ମୁଣ୍ଡ ଫାଟି ଯାଇଥିଲା। ତେବେ ଉପରୋକ୍ତ ଅଭିଯୁକ୍ତମାନେ ଆହତ କମଳଙ୍କୁ ଡାକ୍ତରଖାନା ନେବା ପରିବର୍ତେ ଚାଟିଗୁଡା ନିକଟରେ ରାସ୍ତା ଉପରେ ପକାଇ ଚାଲିଯାଇଥିଲେ। ମୁମୁର୍ଷୁ ଅବସ୍ଥାରେ କିଛି ଲୋକ ତାଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ କମଳଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଘଟଣାର ତଦନ୍ତ କରି ଉମରକୋଟ ଥାନା କେସ୍ ନମ୍ଵର 339/21 ରେ ମାମଲା ରୁଜୁ କରି ଆଇପିସିର ଧାରା 302/201/39ରେ ହତ୍ୟା, ମାରପିଟ ମାମଲାରେ ଡମଣା ଗୌଡ, ସୁଜେନ ପାଲ ଏବଂ ମିଥୁନ ମଣ୍ଡଳଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତିନି ଗୋଟି ମୋବାଇଲ ଓ ଦୁଇଟି ମଟର ସାଇକେଲ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଲିମାରାଜ୍ ପ୍ରଧାନ ଓ ଆଇଆଇସି ନରେଶ ପ୍ରଧାନ ସୂଚନା ଦେଇଛନ୍ତି।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here