୩ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଗିରଫ

0
616

କନ୍ଧମାଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଜି ଉଦୟଗିରି ପୋଲିସ ଜଣେ ବ୍ୟକ୍ତିକୁ ଏହି ଥାନା ଅନ୍ତର୍ଗତ କଳିଙ୍ଗା ପଂଚାୟତର କାନିକୁଟି ଗ୍ରାମର ତିନି ବର୍ଷ ଛଅ ମାସର ଜଣେ ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ତାରାବାଡି ଗ୍ରାମର ପ୍ରଶ୍ନ କୁମାର ଦିଗାଲ (୪୮ବର୍ଷ) ଓ ସେ ସେହି ଝିଅକୁ ଚକୋଲେଟ ଦେଇ ପାଖ ଏକ ଚର୍ଚ୍ଚ ପାଖରେ ଦୁଷ୍କର୍ମ କରିଥିଲା।ଝିଅର ପାଟି ଶୁଣି ମାଆ ଉଷା କିରିଣୀ ମଲିକ ଧାଇଁ ଆସି ଥିଲେ ।ମାଆ ଓ ପାଖ ପଡ଼ୋଶୀଙ୍କୁ ଦେଖି ପ୍ରଶ୍ନ ଧାଇଁ ପଳାଇଥିଲା । ମାଆର ଅଭିଯୋଗ ପରେ ଜି ଉଦୟଗିରି ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ଶିଶୁକୁ ଡାକ୍ତରୀ ମାଇନା ପାଇଁ ପଠାଇଛି। ମେଡ଼ିକାଲରେ ଅଭିଯୁକ୍ତର ଦେହ ଖରାପ ହେବାରୁ ଜି ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here