ଦୁର୍ଗାପ୍ରସାଦ ନିକଟରୁ ଗଞ୍ଜେଇ ଜବତ ; ୪ଗିରଫ

0
1417

ଭଞ୍ଜନଗର(ନିଲୁ ବିଷୋୟୀ) ଭଞ୍ଜନଗର ଥାନା ଅନ୍ତର୍ଗତ ଗଂଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟରୁ ଭଞ୍ଜନଗର ପୋଲିସ ସୋମବାର ସନ୍ଧ୍ୟାରେ ୪୧.୫ କେଜି ଗଞ୍ଜେଇ ଓ ୨ଟି ମୋଟର ସାଇକେଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଅଗଝୋଳ ଗ୍ରାମର ପ୍ରମୋଦ ନାୟକ,ଭେଜିପୁଟ ଗ୍ରାମର ଜଗନ୍ନାଥ ନାୟକ,ମାଲସାହିର ଚିକୁପାତ୍ର ଓ ସମୀର ନାୟକ ବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ କନ୍ଧମାଳ ଜିଲ୍ଲାରୁ ୨ଟି ବାଇକ ଯୋଗେ ଗଞ୍ଜେଇ ଧରି ଆସୁଥିବା ବେଳେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଙ୍କ ନେତୃତ୍ୱରେ ପୋଲିସ ଉକ୍ତ ଅଂଚଳରେ ଯାଂଚ କରୁଥିବା ସମୟରେ ସେମାନଙ୍କୁ ଅଟକାଇ ଥିଲା। ଘଟଣା ସ୍ଥଳରୁ ଅଭିଯୁକ୍ତ ମାନେ ଖସି ପଳାଉଥିବା ବେଳେ ପୋଲିସ ସେମାନଙ୍କ ପିଛା କରି କାବୁ କରିବାରେ ସକ୍ଷମ ହୋଇଥିଲା। ଏସଆଇ ସମୀର କୁମାର ବେହେରା,ଏସଆଇ ଲିତାରାଣୀ ପରିଡା,ଏସଆଇ ଟୁନା ପିଡ଼ିକା ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ

LEAVE A REPLY

Please enter your comment!
Please enter your name here