କେ ଦେଓଗାଁ ସରକାରୀ ବିଦ୍ୟାଳୟରୁ ୧୨ ଫୁଟ ଅହିରାଜ ଉଦ୍ଧାର

0
249

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ କେ ଦେଓଗାଁ ସରକାରୀ ରାଧାକୃଷ୍ଣ ବିଦ୍ୟାଳୟରୁ ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି । ସାପଟି ବିଦ୍ୟାଳୟ ପରିସରରେ ଥିବା ଏକ ଗଛ ଉପର ପ୍ରଥମେ ବିଦ୍ୟାଳୟ ଖେଳୁଥିବା ବିଦ୍ୟାର୍ଥୀମାନେ ଦେଖିବାକୁ ପାଇଥିଲେ । ବିଦ୍ୟାଳୟକୁ ବହୁ ପିଲା ପାଠପଢିବାକୁ ଆସୁଥିବା ବେଳେ ବିରାଟକାୟ ବିଷଧର ସାପକୁ ଦେଖି ପ୍ରଥମେ ଶିକ୍ଷକମାନଙ୍କୁ ଜଣାଇଥିଲେ । ଏହାପରେ ସ୍ଥାନୀୟ ସରପଞ୍ଚଙ୍କ ଦ୍ୱାରା ସେହି ଅଞ୍ଚଳର ସାପ ଉଦ୍ଧାରକାରୀ ନବଘନ ସ୍ୱାଇଁ କୁ ଖବର ଦେଇଥିଲେ । ଏହାପରେ ସେ ସେଠାରେ ପହଞ୍ଚି ଦୀର୍ଘ ଏକ ଘଣ୍ଟାର ପରିଶ୍ରମ ପରେ କୌଶଳକ୍ରମେ ସାପଟିକୁ ଗଛରୁ ତଳକୁ ଓହ୍ଲାଇ ଉଦ୍ଧାର କରିଥିଲେ । ସାପଟିର ଲମ୍ବା ୧୨ ଫୁଟ ରହିଥିବା ବେଳେ ତାହା ଅହିରାଜ ପ୍ରଜାତିର ବୋଲି ଉଦ୍ଧାରକାରୀ ଜଣଙ୍କ କହିଥିଲେ । ଏହାପରେ ସ୍ଥାନୀୟ ପୋଲସରା ବନାଞ୍ଚଳ କର୍ମଚାରୀଙ୍କ ନିର୍ଦ୍ଦେଶକ୍ରମେ ସାପଟିକୁ ସଂରକ୍ଷିତ ଜଙ୍ଗଳରେ ଛଡା ଯାଇଛି ।

LEAVE A REPLY

Please enter your comment!
Please enter your name here