ହରିଆନା କୁ ଚୋରା ଗଞ୍ଜେଇ ଚାଲାଣ ବେଳେ,୩ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ

0
229

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାଲିବନ୍ଧ ଗ୍ରାମ ନିକଟରେ ଏକ ନିଶ୍ବଦ ସ୍ଥାନରେ ଗୋଟିଏ ଟ୍ରକରେ ଗଞ୍ଜେଇ ଲଡିଂ ହେଉଥିବା ସୁରାକ ପାଇ ଅଡବା ପୁଲିସ ପେଟ୍ରୋଲିଂ କରି ଥିବା ବେଳେ ଅଡବା ଥାନା ଅଞ୍ଚଳରୁ ହରିଆଣାକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ଚଢ଼ାଉ କରି ୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି । ଏଥିରେ ମୋଟ ୫ଜଣକୁ ଗିରଫ କରାଯାଇଛି । ଚଢଉ ବେଳେ ଏକ ଟାଟା ଟ୍ରକ ଏଚ୍‌ଆର୍ ୫୬ବି ୯୦୦୨ ନମ୍ବର ଓ ଏକ ଏଚ୍‌ଏଫ ଡିଲେକ୍ସ ଓଡି ୨୦ବି ୨୪୮୬ ରହିଥିଲା । ଯାଞ୍ଚ କରିବାପରେ ଉକ୍ତ ଟ୍ରକରୁ ୧୫ ଗୋଟି ବଡ ବସ୍ତାରେ ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ । ଏହି ଗଞ୍ଜେଇକୁ ଓଜନ କରିବା ପରେ ୩୧୬କେଜି ୬୦୦ଗ୍ରାମ ହୋଇଥିଲା । ଏହି ଗଞ୍ଜେଇକୁ ହରିଆଣା ରାଜ୍ୟକୁ ଚୋରା ଚାଲାଣ କରୁଥିବାର ଅଭିଯୁକ୍ତମାନେ ସ୍ୱୀକାର କରିଥିବାର ପୋଲିସ କହିଛି । ଏନେଇ ଅଡବା ଥାନାରେ ୯୩/୨୧ରେ ଅବକାରୀ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ୫ଜଣଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି । ଗିରଫ ୫ ବ୍ୟକ୍ତି ହେଲେ ଯୋହନ ରଇତ, ସନ୍ଦୀପ କୁମାର, ଦୀପକ ସିଂ, ସନ୍ଦୀପ ସିଂ ଓ ସୁମିତକୁ ଆଜି ଶୁକ୍ରବାର କୋର୍ଟକୁ ଚାଲାଣ କରାଯିବ ବୋଲି ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here