ନବରଙ୍ଗପୁର ଜିଲ୍ଲା ଗାଁ ସାଥି ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ

0
287

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ତ୍ରିନାଥ ଅମନାତ୍ୟ ଙ୍କ ନେତୃତ୍ବରେ ଜିଲ୍ଲାର ଶହ ଶହ ଗାଁ ସାଥୀ ମାନେ ମାଝୀଗୁଡା ଛକ ଠାରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରାବାଜୀ ସହ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଏକ ୪ ଦଫା ଦାବି ପତ୍ର ରାଜ୍ୟପାଳ, ମୂଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଙ୍କୁ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ ଦାବିପତ୍ର ଗ୍ରହଣ କରିଥିଲେ। ମୁଖ୍ୟ ଦାବି ମଧ୍ୟରେ ସରକାରଙ୍କ ତରଫରୁ ଆସିଥିବା ୩ଟି ସରକାରୀ ନିର୍ଦ୍ଦେଶ ଚିଠିକୁ ପ୍ରତ୍ୟାହାର କରାଯାଉ,ମାସକୁ ସେମାନଙ୍କୁ ନିଶ୍ଚିତ ଭାବରେ ସର୍ବନିମ୍ନ ଉଚିତ ପ୍ରାପ୍ୟ ସହ ୧୦ଦିନ ର କାର୍ଯ୍ୟ ଯୋଗାଇଦେବା, ପ୍ରତ୍ୟେକ ଗାଁ ସାଥୀଙ୍କୁ କୋଭିଡ ସହାୟତା ବାବଦରେ ୨୦,୦୦୦ଟଙ୍କା ପ୍ରଦାନ କରିବା ଓ ଯୋଜନାରେ ସାମିଲ ଥିବା ଜବକାର୍ଡ ଧାରୀଙ୍କୁ ବାର୍ଷିକ ୧୦୦ ଦିନ ବଦଳରେ ୨୦୦ ଦିନର ନିଶ୍ଚିତ କାର୍ଯ୍ୟ ଦିବସ ପ୍ରଦାନ ଓ ଦୈନିକ ମଜୁରୀ ହାରକୁ ୩୦୦ଟଙ୍କା ବୃଦ୍ଧି କରିବାକୁ ଦାବିପତ୍ର ରେ ଦର୍ଶାଯାଇଛି। ଏହି ଦାବି ପତ୍ର ପ୍ରଦାନ ସମୟରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ବ୍ଲକ୍ ର ପ୍ରାୟ ୩୦୦ ରୁ ଅଧିକ ଗାଁ ସାଥି ଉପସ୍ଥିତ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here