କୋଷାଗୁମୁଡାରେ ଫଳ ଓ ମାସ୍କ ବଣ୍ଟନ

0
452

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ତଥା ସମାଜସେବୀ ପଦ୍ମନ ବିଶୋଇଙ୍କ ସହଯୋଗ ଓ ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବାବୁଲି ବାଘ ଙ୍କ ନେତୃତ୍ୱ ରେ ରୋଗୀଙ୍କୁ ଫଳ ଓ ମାସ୍କ ବଣ୍ଟନ କରାଯାଇଛି । ସେହିପରି କୋଷାଗୁମୁଡା ଥାନା ଓ କୋଡ଼ିଙ୍ଗା ଥାନାର କାର୍ଯ୍ୟରତ ପୁଲିସ କର୍ମଚାରୀ ଙ୍କୁ ମଧ୍ୟ ମାସ୍କ ବଣ୍ଟନ କରାଯାଇଥିବା ଜଣାପଡିଛି । କୋରନା ଭଳି ମହାମାରୀ ବ୍ୟାପୁ ଥିବା ବେଳେ ଏହାକୁ ରୋକିବାର ଏକମାତ୍ର ଉପାୟ ହେଉଛି ମାସ୍କ ବ୍ୟବହାର କରିବା । ସେହିପରି ମାସ୍କ ସହ ସାମାଜିକ ଦୁରତା , ସବୁବେଳେ ହାତକୁ ଧୋଇବା ଓ ସାନିଟାଇଜ କରିବା କୁ ଲୋକଙ୍କୁ ସଚେତନ କରିଥିଲେ । ଆଜିର ଏହି ଫଳ , ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ରେ ଦେବାଶିଷ ମହାନ୍ତି , ଭଗବାନ ଗଣ୍ଡା , ପପୁ ରାଉତ , ସରୋଜ ଗିଲାସ ପ୍ରମୁଖ ଯୋଗଦେଇଥିଲେ । ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ବ୍ଲକ ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବାବୁଲି ବାଘ ସୂଚନା ଦେଇଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here