ଘର ଶିଡ଼ିରୁ ଖସି ପଡି ବୃଦ୍ଧା ଗୁରୁତର

0
294

ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନ ସାନଦୋଡଙ୍ଗା ଗ୍ରାମରେ ଜଣେ ବୃଦ୍ଧା ଛାତ ଉପରକୁ ଲୁଗା ଶୁଖାଇବା ପାଇଁ ଯାଇଥିବା ବେଳେ ଅସାବଧାନତା ବଶତ ସିଡ଼ି ରୁ ଖସି ତଳେ ପଡି ଗୁରୁତର ଆହାତ ହୋଇଛନ୍ତି। ଆହାତ ବୃଦ୍ଧା ଜଣକ ହେଲେ ବିପ୍ର ଚରଣ ବାରିକଙ୍କ ପତ୍ନୀ ଶୌଳବାଳା ବାରିକ(୬୫)। ଆଜି ସକାଳ ସମୟରେ ସେ ଛାତରୁ ଲୁଗା ସୁଖାଇବାକୁ ଯାଇଥିବା ବେଳେ ସିଡିରୁ ପଡିଯିବା ପରେ ତାଙ୍କ ପାଟି ଶୁଣି ପରିବାର ଲୋକ ଦୌଡି ଆସିଥିଲେ। ତୁରନ୍ତ ତାଙ୍କୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here