ଭଞ୍ଜନଗର ଆମ ପୁଲିସ୍ ସମିତି ପକ୍ଷରୁ ନୂତନ ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

0
313

ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଆମ ପୁଲିସ୍ ସମିତି ପକ୍ଷରୁ ଏକ ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା ଏସ୍ଆଇ ମନସ୍ବିନୀ ମହାନ୍ତି,କେଶବ ଷଢଙ୍ଗୀ,ସ୍ନେହା ମଞ୍ଜରୀ ସାହୁ ଏବଂ ଏସ୍ଆଇ ସତ୍ୟ ନାରାୟଣ ଦେବତାଙ୍କୁ ଆମ ପୁଲିସ୍ ସଦସ୍ୟ ମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ସମିତିର ବରିଷ୍ଠ ସଦସ୍ୟ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ,ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠି,ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ,ଅଲ୍ଓଷ୍ଟା ରାଜ୍ୟ ସଭାପତି ଜଗବନ୍ଧୁ ଜେନା ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହାକୁ ପ୍ରାକ୍ତନ ରେଞ୍ଜର ଅନୁପମ ବାନାର୍ଜି ସଂଯୋଜନା କରିଥିବା ବେଳେ ଜଗଦୀଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୁଲିସ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏସ୍ଡିପିଓ ଶ୍ରୀ ମିଶ୍ର ଚଳିତ ବର୍ଷ ଡିଜିପି ପୁରସ୍କାର ପାଇଥିବାରୁ ତାଙ୍କୁ ସ୍ବତନ୍ତ୍ର ଭାବେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆମ ପୁଲିସ୍ ସମିତି ପକ୍ଷରୁ ଗୁଣିଗାରେଡି,ଟ୍ରାଫିକ୍,ବରିଷ୍ଠ ନାଗରିକ ସହ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ବିରୋଧରେ ବିଭିନ୍ନ ସମୟରେ ଜନସାଧରଣ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନିଆ ଯାଇଥିବା ବେଳେ ଲୋକଙ୍କୁ ପୁଲିସ୍ ନିକଟତର କରିବା ଦିଗରେ ନୂତନ ଭାବେ ଯୋଗ ଦେଇଥିବା ଅଧିକାରୀ ମାନେ ଆମ ପୁଲିସ୍ ସମିତିକୁ ବିଶେଷ ସହାୟକ ହେବେ ବୋଲି ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ। ଏଥିରେ ପ୍ରେସ୍ କ୍ଳବ ସଭାପତି ଲୋକନାଥ କର,ଏ.ବିଷ୍ଣୁପ୍ରିୟା ସେନାପତି,ସୁନିଲ କୁମାର ପଟ୍ଟନାୟକ,ଚାମ୍ବର କର୍ମସ ସମ୍ପାଦକ ସୁଶାନ୍ତ ମହାପାତ୍ର,ସଭାପତି ପି.ମୃତ୍ୟୁଞ୍ଜୟ ସୁବୁଦ୍ଧି,ଲବଙ୍ଗଲତା ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here