ଭଞ୍ଜନଗର ‘ସମ୍ବାଦ ସାହିତ୍ୟ ଘର’ ବାର୍ଷିକ ଉତ୍ସବ ଆସନ୍ତା ୫ ରେ

0
277

ଭଞ୍ଜନଗର: ଭଞ୍ଜନଗର ‘ସମ୍ବାଦ ସାହିତ୍ୟ ଘର’ ବାର୍ଷିକ ଉତ୍ସବ ଆସନ୍ତା ୫ ତାରିଖ ଦିନ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ କମିଟି ସଦସ୍ୟା ଡ.ଶୁଭଶ୍ରୀ ଲେଙ୍କା,ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଡ.ପ୍ରସନ୍ନ କୁମାର ସ୍ବାଇଁ ଯୋଗଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ଘୁମୁସରର ଅଧିଷ୍ଠାତ୍ରୀ ଦେବୀ ମାଁ ବ୍ର୍ୟଘ୍ରଦେବୀ ତଥା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମପୀଠ କୁଲାଡ ଠାରେ ଚଳିତ ବର୍ଷ ସାହିତ୍ୟ ଘରର ୭ମ ବାର୍ଷିକ ଉତ୍ସବ ପାଳନ କରିବା ନେଇ ସ୍ଥିର କରାଯାଇଥିଲା। ଏଥିସହ ଏହି ଅବସରରେ କଳା,ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବିଶିଷ୍ଟ ଅବଦାନ ରହିଥିବା ସାହିତ୍ୟିକ ତ୍ରିନାଥ ନାୟକ,ଗୀତିକାର ତଥା ନାଟ୍ୟ ନିସର୍ଦ୍ଦେଶକ ସୁରେନ୍ଦ୍ର କୁମାର ସାହୁ(ସୁର ଭାଇ),ଅଲ୍ଓଷ୍ଟା ରାଜ୍ୟ ସଭାପତି ଜଗବନ୍ଧୁ ଜେନା ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାରାୟଣ ମହାରଣାଙ୍କୁ ସମ୍ବର୍ଦ୍ଧିକ କରାଯିବା ନେଇ ନିଷ୍ପତି ନିଆଯାଇଥିଲା। ଏଥିସହ ଉକ୍ତ ଦିନ ପବିତ୍ର ଗୁରୁ ଦିବସ ହୋଇଥିବାରୁ ୫ ଜଣ ବିଶିଷ୍ଟ ଶିକ୍ଷାବିତ୍ ଏବଂ ଅଞ୍ଚଳ ସମସ୍ୟା ଓ ତାର ସମାଧାନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ନେଇ ଆଲୋଚନା କରାଯାଇଥିଲା। ଅନୁଷ୍ଠାନର ସଭାପତି କୃତ୍ତିବାସ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ,ସମ୍ପାଦକ ସନ୍ତୋଷ ଜେନା,ଡ.ଗୁରୁମୂର୍ତ୍ତି ନାୟକ,ବିଶ୍ବମ୍ବର ଜେନା,ତ୍ରିନାଥ ବେହେରା,ରୀତାରାଣୀ ମହାପାତ୍ର,ସୁବାଷ ଚନ୍ଦ୍ର ତାରିଣୀ,ଅଶୋକ କୁମାର ସ୍ବାଇଁ,ଡା.ଗାୟତ୍ରୀ ସାହୁ,କୁମାର କାର୍ତ୍ତିକେଶ୍ବର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ନେତାଜୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here