ଯାତ୍ରା ଦେଖିବାକୁ ଯାଇ ନୀଳମଣି ନିଖୋଜ !

0
294

ବେଗୁନିଆପଡା:ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଏସ୍.ଛଚିନା ପଞ୍ଚାୟତ ବେଲପଡା ଗ୍ରାମର ନୀଳମଣି ବେହେରା (୫୦) ନିକଟସ୍ଥ ନୂଆଗାଁ ଗ୍ରାମକୁ ଯାତ୍ରା ଦେଖିବାକୁ ଯାଇ ନିଖୋଜ ଥିବା ନେଇ ବେଗୁନିଆପଡ଼ା ଫାଣ୍ଡି ରେ ଲିଖିତ ଏତଲା ଦାଏର ହୋଇଛି । ସୂଚନା ମୁତାବକ ଗତ ୧୫ ତାରିଖ ରାତି ୯ଟା ବେଳେ ନିକଟସ୍ଥ ନୂଆଗାଁ ଗ୍ରାମକୁ ରାମାୟଣ ନାଟକ ଦେଖିବା ପାଇଁ ନୀଳମଣି ଯାଇଥିଲେ । ସେଠାରୁ ସେ ଫେରି ନ ଥିବା ତାଙ୍କ ଧର୍ମପତ୍ନୀ ରଜନୀ କହିବା ସହ ସ୍ଵାମୀ ଙ୍କ ନିଖୋଜ ନେଇ ବେଗୁନିଆପଡ଼ା ଫାଣ୍ଡିରେ ଲିଖିତ ଏତଲା ଦାଏର କରିଛନ୍ତି । ଯଦି ଯେ କୌଣସି ସହୃଦୟବାନ ବ୍ୟକ୍ତିବିଶେଷ ନୀଳମଣି ଙ୍କ ଖବର ପାଆନ୍ତି ନିକଟସ୍ଥ ଥାନା କିମ୍ବା ଫାଣ୍ଡି ନତୁବା ନିମ୍ନଲିଖିତ ମୋବଇଲ୍ ନମ୍ବରରେ ଯୋଗାଯୋଗ କରିବା ପାଇଁ ତାଙ୍କ ଧର୍ମପତ୍ନୀ ନିବେଦନ କରିଛନ୍ତି ।ମୋବଇଲ୍ ନମ୍ବର – ୯୩୪୮୦୮୨୯୨୯ / ୭୭୮୯୯୨୧୫୨୧

LEAVE A REPLY

Please enter your comment!
Please enter your name here