ଭଞ୍ଜନଗର ରେ ଏବିଭିପି ର ବ୍ୟକ୍ତିତ୍ୱ ବିକାଶ ଶିବିର

0
289

ଭଞ୍ଜନଗର: ଅଖିଳ ଭାରତୀୟ ବିଦ୍ୟାଥୀ ପରିଷଦ ଭଞ୍ଜନଗର ଶାଖା ପକ୍ଷରୁ ବୁଧବାର ସ୍ଥାନୀୟ ଗୀତା ଭବନ ପରିସରରେ ବ୍ୟକ୍ତିତ୍ୱ ବିକାଶ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଏବିଭିପି ର ରାଜ୍ୟ ଉପସଭାପତି ଅଧ୍ୟାପକ ଶିବ ପ୍ରସାଦ ତ୍ରିପାଠୀ ଯୋଗ ଦେଇ ବିଦ୍ୟାଥୀ ମାନେ କିଭଳି ନିଜ କ୍ୟାରିଅର କୁ ଉଜ୍ଜ୍ୱଳ କରି ପାରିବେ ସେ ଉପରେ ଆଲୋକପାତ କରିଥିଲେ। ସମାଜସେବୀ ନୀଳ ମାଧବ ପାତ୍ର ନେତୃତ୍ୱ ଶୈଳୀ ଉପରେ ବ୍ୟକ୍ତବ୍ୟ ରଖିଥିଲେ। କାଯ୍ୟକ୍ରମରେ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଯୋଗ ଦେଇ ନିଜର ବ୍ୟକ୍ତିତ୍ୱ ବିକାଶ କରି ନିଜକୁ ରାଷ୍ଟ୍ର କାଯ୍ୟରେ ଲଗାଇବାକୁ ସଂକଳ୍ପ ନେଇ ଥିଲେ। ଅଶ୍ୱିନୀ କୁମାର ମହାନ୍ତି ଓ ଲିପ୍ସାରାଣୀ ରଥ ଏହାକୁ ସଂଯୋଜନା କରିଥିଲେ। ସମାଜସେବୀ ପ୍ରଦୀପ ଆଚାରି, ବନମାଳୀ ଗୌଡ଼ ଓ ଶିବନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ମାର୍ଗ ଦର୍ଶନ କରିଥିଲେ। ରାଜେଶ ବେହେରା, ଆଲୋକ ପରିଡା,ସଂଗ୍ରାମ ପ୍ରଧାନ, ରଜତ କୁମାର ପ୍ରଧାନ, ରାଜା ବେହେରା,ସୁଶ୍ରୀ ଶୁଭଲଷ୍ମୀ ବିଶ୍ୱାଳ,ମନୀଷା ନାୟକ ଙ୍କ ସମେତ ବହୁ ବିଦ୍ୟାଥୀ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ପ୍ରକାଶ ଯେ ଏବିଭିପି ପକ୍ଷରୁ ସାରା ରାଜ୍ୟରେ ବିଦ୍ୟାଥୀ ଙ୍କ ବ୍ୟକ୍ତିତ୍ୱ ବିକାଶ ସହ ନିଜ କ୍ୟାରିୟର ରେ ଅଧିକ ଉନ୍ନତି କରି ନିଜକୁ ରାଷ୍ଟ୍ର କାଯ୍ୟ ଲଗାଇବା ନେଇ ଏଭଳି ଶିବିରର ଆୟୋଜନ କରାଯାଉଛି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here