ପୋଲିସ ଓ ଅବକାରୀ ଚଢ଼ାଉ,ବିପୁଳ ପରିମାଣର ପୋଚନଷ୍ଟ; ୮ ଗିରଫ

0
290

ଭଞ୍ଜନଗର:ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୟବଧାନ ରେ ବୁଧବାର ଭଞ୍ଜନଗର ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ପୋଲିସ ଓ ଅବକାରୀ ର ମିଳିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଇଛି। ଏକ ସ୍ୱତନ୍ତ୍ର ଟିମ ବୁଧବାର ବେରୁଆବାଡ଼ି,କଷାକେନ୍ଧୁ, ଗୋଡ଼ିଆପଲି, ସୋରିଷମୁଳି, କୁପାଟି ଓ ନାରୀଗୋଛା ପ୍ରଭୁତି ଗ୍ରାମରେ ଚଢ଼ାଉ କରି ସେଠାରୁ ୨୫୫୦ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରିବା ସହ ୧୪୮ ଲିଟର ହାତ ରନ୍ଧା ଦେଶୀ ମଦ ଓ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଏହି ବେଆଇନ କାରବାରରେ ଜଡିତ ଥିବା ଅଭିଯୋଗରେ ୯ଟି ମାମଲା ରୁଜୁ ହୋଇଥିବା ବେଳେ ୩ଜଣ ମହିଳାଙ୍କ ସମେତ ୮ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଅବକାରୀ ଓଆଇସି ଶ୍ରୀମତୀ ରମ୍ଭା ବାଗ୍ ସୂଚନା ଦେଇଛନ୍ତି। ଚଢ଼ାଉରେ ତାରସିଂ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ,ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଆସ୍କା ଅବକାରୀ ଥାନା ଅଧିକାରୀ ଧୀରେନ କୁମାର ବେହେରା ଙ୍କ ସମେତ ଉଭୟ ପୋଲିସ ଓ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here