କ୍ଷୁଦ୍ର ଚଳଚିତ୍ର ରାଉଡ଼ି ଲଭର୍ ର ସୁଟିଂ ଆରମ୍ଭ

0
274

ବ୍ରହ୍ମପୁର:ପିପି ପ୍ରଡକ୍ସନ ତରଫରୁ ଏକ କ୍ଷୁଦ୍ର ଚଳଚିତ୍ର ରାଉଡ଼ି ଲଭର୍ ନିର୍ମାଣ ପାଇଁ ମଙ୍ଗଳବାର ହିଲପାଟଣାସ୍ଥିତ ସିଦ୍ଧି ବିନାୟକ ମନ୍ଦିରରେ ପୂଜା କାର୍ଯ୍ୟକ୍ରମ ସହ ସୁଟିଂ ଆରମ୍ଭ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିରୂପେ ବରିଷ୍ଠ ସାମ୍ବାଦିକ ତଥା କଳାକାର ସୁଦୀପ କୁମାର ସାହୁ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଓଲିଉଡର ନିର୍ଦ୍ଦେଶକ କ୍ରିଷ୍ଣା ପ୍ରସାଦ ଯୋଗ ଦେଇଥିଲେ । ଏହି ଚଳଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭାବେ ରାମେଶ୍ବରୀ ନନ୍ଦ ଓ ପ୍ରତାପ ରହିଥିବାବେଳେ ସହ କଳାକାର ଭାବେ ରଶ୍ମିତା ଦଳେଇ , ବନିତା ବେହେରା , ପ୍ରତୀକ ,ପ୍ରବୀନ୍ , ଶ୍ରୀକାନ୍ତ , ଆନନ୍ଦ ଓ ସୁଦିପ ପ୍ରମୁଖ ରହିଛନ୍ତି । ପ୍ରଯୋଜକ ଓ ନିର୍ଦ୍ଦେଶକଭାବେ ଏମ୍ , ପ୍ରଶାନ୍ତ ପାତ୍ର ରହିଥିବାବେଳେ କ୍ୟାମେରାରେ କୃଷ୍ଣ ଚନ୍ଦ୍ର ନାୟକ ସହଯୋଗ କରିଛନ୍ତି । ଆଜିକାଲୀ ବିଭିନ୍ନ ସମୟରେ ପ୍ରେମ ପ୍ରତାରଣା ଯୋଗୁଁ ଏସିଡ ମାଡ଼ ଘଟଣା ବୃଦ୍ଧି ପାଉଥିବା ଯୋଗୁଁ ଏହାର ସଚେତନତା ପାଇଁ ଏହି ଚଳଚିତ୍ର ନିର୍ମାଣ କରାଯାଉଛି ।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here