ନନ୍ଦିଘୋଷ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

0
1701

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଶେରଗଡ଼ ମିଲେନିୟମ ପବ୍ଲିକ ବିଦ୍ଯାଳୟର କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ଶ୍ରୀ ନନ୍ଦିଘୋଷ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି । ଖବରପ୍ରକାରେ , ଟ୍ରଷ୍ଟ ଅଧିନରେ ଚାଲିଥିବା ଏହି ବିଦ୍ୟାଳୟରୁ ୨୦୨୨ – ୨୩ ଶିକ୍ଷା ବର୍ଷରେ ୨୧ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ଏଥିମଧ୍ୟରୁ ୧୪ ଜଣ ଶେରଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସ୍ଥାନ ପାଇଥିବା ବେଳେ ଏବଂ ୬ ଜଣ ସୁରଙ୍ଗୀ ନବୋଦୟ ବିଦ୍ୟାଳୟରେ ସ୍ଥାନ ପାଇଥିବା ଜଣାପଡିଛି । ତେବେ ପ୍ରଥମ ଥର ପାଇଁ ଶେରଗଡ଼ ବ୍ଲକର ଗୋଟିଏ ବିଦ୍ୟାଳୟରୁ ଝୁଲ୍ପି ପାଢ଼ୀ , ସାଇଶ୍ରୀ ପ୍ରଧାନ , ପ୍ରୀତି ମୟୀ ପରିଡ଼ା , ରାକେଶ ପଣ୍ଡା ,ହରିଓମ ଗୌଡ଼ , ସୌମ୍ୟଜିତ୍ ମାଲିକ୍ ଜବାହର ନବୋଦୟ ବିଦ୍ୟାଳୟ ଓ ହରିଓମ୍ ଗୌଡ଼ ସୈନିକ ସ୍କୁଲ ପ୍ରାଦେଶିକ ପରୀକ୍ଷାରେ କୃତିତ୍ବ ହାସଲ କରିଥିଲେ । ସେହିଭଳି ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଛାତ୍ରୀ ପ୍ରିୟା ପଢ଼ିୟାଲୀ ନବୋଦୟ ବିଦ୍ୟାଳୟରେ କୃତିତ୍ବ ହାସଲ କରିଛନ୍ତି । ଯାହାଫଳରେ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ବଢାଇବା ନିମନ୍ତେ ନନ୍ଦିଘୋଷ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଶେରଗଡ଼ ମିଲେନିୟମ ବିଦ୍ଯାଳୟ ପରିସରରେ ଆୟୋଜିତ କରାଯାଇଥିଲା । ବିଦ୍ଯାଳୟ ଅଧ୍ୟକ୍ଷ ସଞ୍ଜୀବ କୁମାର ପଣ୍ଡା ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ସମାରୋହରେ ବିଦ୍ଯାଳୟର ସମସ୍ତ କର୍ମକର୍ତ୍ତା , ପରିଚାଳନା କମିଟି ସଭାପତି, ଅଭିଭାବକ/ ଅଭିଭାବିକା ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଚିନ୍ମୟୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here