ଯତ୍ନ ଓ ସୁରକ୍ଷା ଲୋଡୁଥିବା ଅନାଥ ଶିଶୁଙ୍କ ଥଇଥାନ ପାଇଁ ବୈଠକ

0
241

ବେଗୁନିଆପଡା(ଦେବାଶିଷ ମହାରଣା) ବେଗୁନିଆପଡା ବ୍ଲକ ଓ.ଏଲ.ଏମ ବୈଠକ ଗୃହରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମିଳିତ ପ୍ରଚେଷ୍ଟାରେ ବ୍ଲକର ଯତ୍ନ ଓ ସୁରକ୍ଷା ଲୋଡୁଥିବା ଅନାଥ ଶିଶୁଙ୍କ ଉତ୍ତମ ଭବିଷ୍ୟତ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ଗଂଜାମର ଏକ୍ସପେର୍ଟ ମେମ୍ବର ଡ଼ଃ.ଶ୍ୟାମାକାନ୍ତ ଜେନା ପୂର୍ବରୁ ଚି଼ହ୍ନଟ କରାଯାଇଥିବା ୨୩ଟା ପଞ୍ଚାୟତ ଓ ଗୋଟିଏ ଏନ.ଏ.ସିରୁ ଆସିଥିବା ଅନାଥ ଶିଶୁ ମାନଙ୍କୁ ଧନ୍ଦାମୂଳକ ତାଲିମ,ସରକାରୀ ପୃଷ୍ଟପୋଷକ, ଆବାସ ଯୋଜନା, ରାସନ କାର୍ଡ ସହ ଆନୁଷ୍ଠାନିକ ଯତ୍ନ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଦିଗରେ ଆଲୋଚନା କରିଥିଲେ । ଶିଶୁ ଅଧିକାର କିଭଳି ସୁରକ୍ଷିତ ରହିପାରିବ ସେ ଦିଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ କହିଥିବା ବେଳେ କିଭଳି ସରକାର ଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ସାଧାରଣ ଜନତା ପାଇପାରିବେ ସେ ଦିଗରେ ବ୍ଲକର ସମସ୍ତ ସରକାରୀ ବିଭାଗ ତତ୍ପର ହେବା ଆବଶ୍ୟକ । ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଶିଶୁଯୌନ ନିର୍ଯାତନା ତଥା ବିପଦ ସଂକୁଳ ପରିସ୍ଥିତିରେ ଥିବା ଶିଶୁ ମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଂଧ୍ୟାରଣୀ ପାଣିଗ୍ରାହୀ ସମସ୍ତ ସୁପର ଭାଇଜର ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କାମେଶ୍ୱର ପରିଡା ପରିଚାଳନା କରିଥିବା ବେଳେ ସ୍ୱଛାସେବୀ ଅନୁଷ୍ଠାନ ଅରୁଣା ର ଦେବୀଦତ୍ତ ରଥ, ପ୍ରମୋଦ ଜେନା, ଗୀତାଞ୍ଜଳି ଦାସ,ରଂଜିତା କୁମାରୀ ବିଷୋୟୀ, ତାପସ୍ୱିନୀ ସେନାପତି ପ୍ରମୁଖ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here