ଓଡିଶା ସାମ୍ବାଦିକ ସଙ୍ଘ(ଓଜେୟୁ)ର ୧୦ମ ବାର୍ଷିକ ଉତ୍ସବ ପାଳିତ

0
285

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ରେ ଗତ କାଲି ଓଡିଶା ସାମ୍ବାଦିକ ସଙ୍ଘ(ଓଜେୟୁ)ନବରଙ୍ଗପୁର ଶାଖା ପକ୍ଷରୁ ୧୦ମ ବାର୍ଷିକ ଉତ୍ସବ ସହ ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ୍,ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ମହାପାତ୍ର,ମୁଖ୍ୟ ବକ୍ତା ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶଶୀ ଭୂଷଣ ପ୍ରହରାଜ,ପୂର୍ବତନ ରାଜ୍ୟ ସଂଯୋଜକ ବିଶ୍ୱ ରଞ୍ଜନ ପାଣିଗ୍ରାହୀ,ଉପ-ସଭାପତି କେ. ଶ୍ରୀନିବାସ ଓ ରାଜ୍ୟ ସମ୍ପାଦକ ରାକେଶ ଗୁପ୍ତା ମଞ୍ଚରେ ମଞ୍ଚାସୀନ ହୋଇଥିଲେ।ସାମ୍ବାଦିକ ମାନଙ୍କ ସମସ୍ୟାର ସମଧାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି।ସାମ୍ବାଦିକ ମାନଙ୍କ ପାଇଁ ଲଢେଇ ଜାରି ରହିବ ଓ ସମସ୍ତ ସମ୍ବାଦିକ ମାନଙ୍କୁ ଅଧିସ୍ଵିକ୍ରୁତ ଏକ୍ରିଡେସନର ମାନ୍ୟତା ଦେବା ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପହରାଜ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।ସେହିପରି ଅନ୍ୟ ଅତିଥିମାନେ ସାମ୍ବାଦିକ ମାନଙ୍କ ରହିଥିବା ସମସ୍ୟା ଓ ସଂଘର ସମାଧାନ ପାଇଁ ପଦକ୍ଷେପ ସମ୍ପର୍କରେ କହିଥିଲେ।ସାମ୍ବାଦିକ ମାନଙ୍କ ସୁରକ୍ଷା ନିମନ୍ତେ ନୂତନ ଆଇନ ଆଣିବା ପାଇଁ ଦୃଢ଼ ଦାବି କରିଥିଲେ।ସଭାର ଅନ୍ତିମ ପର୍ଯ୍ୟାୟରେ ଜିଲ୍ଲା ସମ୍ପାଦକ ଜ୍ୟୋତି ପ୍ରକାଶ ଦାଶ ଧନ୍ୟବାଦ ଦେଇଥିଲେ।ଏହି ଅବସରରେ ଆଗାମୀ ଦୁଇ ବର୍ଷ ନିମନ୍ତେ ନୂତନ ଜିଲ୍ଲା କମିଟି ଗଠନ କରାଯାଇ ଥିଲା।ସଭାପତି ଭାବେ ବାଙ୍କ ବିହାରୀ ବିଷୋୟୀ,ଊପ-ସଭାପତି ଭାବେ ଜୋଗେନ୍ଦ୍ର ମହାନ୍ତି,ଜାନକୀ କାନ୍ତ ବିଷୋୟୀ,ସମ୍ପାଦକ ଜ୍ୟୋତି ପ୍ରକାଶ ଦାଶ,ସହ-ସମ୍ପାଦକ ବେଣୁ ଗୋପାଳ ରାଓ,ଦେବି ପ୍ରସାଦ ମହାପାତ୍ର ଓ ତାରା ପ୍ରସାଦ ପାଣିଗ୍ରାହୀ,କୋସାଧକ୍ଷ ଶିବ ଶଙ୍କର ତ୍ରିପାଠୀ,ଉପଦେଷ୍ଟା ଭାବେ ପ୍ରଦୀପ କୁମାର ପଟ୍ଟନାୟକ ଓ ଭାଗିରଥି ମଲ୍ଲିକ,କାର୍ଯ୍ୟକାରୀ ସଦସ୍ୟ ଆଶିସ୍ ରଞ୍ଜନ ନାୟକ,ଭବାନୀ ଶଙ୍କର ପଣ୍ଡା,ଶିଶିର କୁମାର ଖରା, ଖଗେସ୍ଵର୍ ବିଷୋୟୀ,ପ୍ରବୀଣ ଗୁପ୍ତା ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା।ଶାନ୍ତି ଶୃଙ୍ଖଳା ରେ ନୂତନ କର୍ମ କର୍ତା ମନୋନୟନ କାର୍ଯ୍ୟ କ୍ରମ ସମ୍ପାଦନ ହୋଇଥିଲା।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here