ଗୋଟିଏ ନମ୍ବରରେ ଦୁଇଟି ଅଟୋ

0
259

ମୋହନା(ନ୍ୟୁଜ୍‌ଏକ୍ସଟ୍ରା)ଗୋଟିଏ ନମ୍ବର ରେ ଚାଲୁଛି ଦୁଇଟି ଗାଡି, ଏଭଳି ଚିତ୍ର ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ପି. ଗୋବିନ୍ଦପୁର ଗ୍ରାମରେ । ସୂଚନା ଅନୁଯାୟୀ, ଆଜି ମୋହନା ପୋଲିସ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ କମଳାପୁର ନାକା ଗେଟରେ ଯାନବାହନ ଯାଞ୍ଚ କଲାବେଳେ ଗଞ୍ଜାମ ଜ଼ିଲ୍ଲା ପଟରୁ ଆସୁଥିବା ଏକ ଅଟୋ ନଂ OD 07 AB 3368 କୁ ଅଟକାଇଥିଲା । ତେଵେ ସମାନ ନମ୍ବରର ଆଉ ଏକ ଅଟୋ ମଧ୍ୟ ପି. ଗୋବିନ୍ଦପୁର ଗ୍ରାମର ଅରୁଣନିଧି ବେହେରାଙ୍କ ରହିଥିବା ଜଣାପଡିଛି ।
ବର୍ତ୍ତମାନ ଟ୍ରାଫିକ୍ ନିୟମ କଡାକଡି ହୋଇଥିବା ବେଳେ ଏଭଳି ବ୍ୟତିକ୍ରମ ଜ଼ିଲ୍ଲା ପରିବହନ ବିଭାଗ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଜ଼ିଲ୍ଲାର ମୋହନା ଅଞ୍ଚଳ ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ହୋଇଥିବାବେଳେ ପ୍ରାୟ ପ୍ରତିଦିନ ଏଠାରେ ଗଞ୍ଜେଇ ଜବତ ହେବା ସହ ଚୋରାମଦ କାରବାର ଚାଲୁଥିବାର ଅଭିଯୋଗ ହେଉଛି । ତେଵେ ଦୁଇ ନମ୍ବର କାରବାରରେ ପୋଲିସ କୁ ଚକମା ଦେବାପାଇଁ ଏଭଳି କାର୍ଯ୍ୟ କରାଯାଇଥାଇପରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏନେଇ ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ସହ ଯୋଗାଯୋଗ କରିବାରୁ, ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି । ଯଦି ଘଟଣାରେ ସତ୍ୟତା ଥାଏ ତେଵେ ଦୋଷୀ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here