ଲକ ଡାଉନ ସମୟରେ ଗାଡ଼ି ଜବତ କରି ପାରିବନି ପୋଲିସ

0
352

କଟକ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଯାୟୀ କରୋନା ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ଲକ ଡାଉନ ଘୋଷଣା କରାଯାଇଥିବା ବେଳେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଲୋକମାନଙ୍କ ଘର ନିକଟରେ ମିଳିବା ପାଇଁ ସରକାର ଉପଯୁକ୍ତ ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ଦୁଇ ଚକିଆ ଯାନବାହାନ ଚଳାଚଳ ଉପରେ ସଂପୂର୍ଣ୍ଣ ଭାବେ କଟକଣା ଜାରି କରାଯାଇ ପାରିବ ନାହିଁ ତଥା ଯାନବାହାନ ଜବତ ହୋଇ ପାରିବନି ବୋଲି ହାଇକୋର୍ଟ କହିଛନ୍ତି। ଲକ୍ଡାଉନ ବେଳେ ଜବତ କରାଯାଇଥିବା ଗାଡିଗୁଡିକ ତୁରନ୍ତ ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଦୁଇ ଚକିଆ ଯାନବାହାନ ଚଳାଉଥିବା ବ୍ୟକ୍ତିଙ୍କ ନିକଟରୁ ସେ ଏଭଳି ଭାବେ ଆଉ ଗାଡି ବ୍ୟବହାର କରିବେ ନାହିଁ ବୋଲି ଅଣ୍ଡରଟେକିଂ ରଖି ଗାଡି ଛାଡିବ । ଏଥି ସହିତ ଏଭଳି ଗାଡିକୁ ତିନି ଥର ବିନା ଜୋରିମାନାରେ ଅଣ୍ଡରଟେକିଂ ରଖି ଛଡାଯିବ। ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହା ମଧ୍ୟ ରାୟ ଦେଇଛନ୍ତି ଯେ ଲକ୍ ଡାଉନ ସମୟରେ ପୋଲିସ ମାନବିକତାକୁ ଭୁଲି ନ ଯାଉ । ଘର ପାଖରେ ଜିନିଷ କିଣାକିଣି ପାଇଁ ଚାଲି କରି ଯିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here