ରାସ୍ତା କଡ଼ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

0
252

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା କୋଟିନଡା ଫାଣ୍ଡି ଧୋବାଡି ଗ୍ରାମର ରାସ୍ତା କଡରେ ଥିବା ଏକ ଘରର ବାରଣ୍ଡାରେ ଏକ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା। ଫଳରେ ସ୍ଥାନୀୟ ଲୋକେ କୋଟିନଡା ଫାଣ୍ଡି କୁ ଖବର ଦେଇଥିଲେ । ମୃତକ ଜଣଙ୍କ ମାଗୁରା ଗ୍ରାମର କିଶୋର ସାହୁଙ୍କ ୩୨ ବର୍ଷୀୟ ପୁଅ କାଳିଆ ସାହୁ ହୋଇଥିବା ଜଣା ପଡ଼ିଥିବା ବେଳେ ସେ ଗତ କାଲି ରାତି ରେ ଘରକୁ ଫେରିନଥିଲେ । ଆଜି ସକାଳୁ କାଳିଆ ର ମୃତଦେହ ପଡ଼ିଥିବା ନେଇ ପରିବାର ଲୋକ ଖବର ପାଇ ମୃତଦେହ ନିକଟରେ ପହଞ୍ଚିଥିଲେ l ଅନ୍ୟପଟେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି । ହେଲେ ଏଯାବତ କାଳିଆ ର ମୃତ୍ୟୁ କାରଣ ଜଣାପଡ଼ିନାହିଁ ।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here