୧୪୦୩ କେଜି ଭାଙ୍ଗ ଜବତ ସହ ଜଣେ ଗିରଫ

0
239

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ଗ୍ରାମ ନିକଟସ୍ଥ କମଳାପୁରୁ ତନଖି ଫାଟକ ନିକଟରେ ମୋହନା ପୁଲିସ ପେଟ୍ରୋଲିଂ ସମୟରେ ମୋହନା ପୁଲିସ ଏ ଏସ ଆଇ ପୀତବାସ ସତପଥି ଙ୍କ ଟିମ୍ ପହଞ୍ଚିଥିଲେ ସେଠାରେ ଓଡି୭ଏନ ୯୬୪୭ନମ୍ବର ଏକ ଭେନ ଅଟକାଇଥିଲେ ଜାଞ୍ଚ କରିଥିଲେ ଫଳରେ ସେହି ଭେନରୁ ୧୪୦୩କେଜି ୨୦୦ଗ୍ରମ ଭାଙ୍ଗ ଭାଙ୍ଗ ଜବତ୍ କରିଥିଲେ।ଯାହାକି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଚୋରା ଗଞ୍ଜେଇ ଓ ଭାଙ୍ଗ କାରବାରକୁ ରୋକିବା ପାଇଁ ପୋଲିସ ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହାର ଜିଲ୍ଲା ମୋହନା ଥାନା ପକ୍ଷରୁ ୧୪୦୩ କେଜି ୨୦୦ ଗ୍ରାମ ଭାଙ୍ଗ ଜବତ କରାଯାଇଥିବାର ସୂଚନା ମିଳିଥିଲା । ସେଥିରୁ ୧୪୦୩କେଜି ୨୦୦ଗ୍ରାମ ଭାଙ୍ଗ ଜବତ କରିବା ସହିତ ଗଂଜାମ ଜିଲ୍ଲା ଆସ୍କା ଅଞ୍ଚଳର ସମ୍ଭୁ ସାହୁ ନାମକ ଭାଙ୍ଗ ଚାଲାଣକାରୀକୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ଉକ୍ତ ଭାଙ୍ଗକୁ ଜିଲ୍ଲାର ଅନ୍ତରବା ଅଞ୍ଚଳରୁ ଆସ୍କା ଏବଂ ପୁରୀକୁ ଚାଲାଣ କରାଯାଉ ଥିବାବେଳେ ଗିରଫ ହେବାଜଣେ ପୋଲିସକୁ କହିଛି । ଏ ନେଇ ମୋହନା ଥାନାରେ ଏକ ମାମଲା ରୁଜୁ କରାଯାଇ, ଆସାମୀକୁ କୋର୍ଟକୁ ଚାଲାଣ କରାଯାଇଛି । ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ବଜାର ଦରରେ ୭ଲକ୍ଷ ଟଙ୍କା ହେବ ବୋଲି ଆକଳନ କରି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟ ସୂଚନା ଦେଇଛନ୍ତି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here