ଗର୍ଭବତୀ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ କୁ ନେଇ ଉତେଜନା

0
346

ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଗର୍ଭବତୀ ମହିଳା ଙ୍କ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ଘଟିବାରୁ ମେଡ଼ିକାଲରେ ଚାପା ଉତେଜନା ଦେଖା ଦେଇଥିଲା। ସୂଚନା ପ୍ରକାରେ ତାରାସିଂଙ୍ଗି ଥାନା ଅଧୀନ ହରିଗଡ଼ ଗ୍ରାମର ବସନ୍ତ ନାଇକ ଙ୍କ ସ୍ତ୍ରୀ ଜସୁମତି ନାଇକ ପ୍ରସବ ପାଈଁ ଗତ ୨୨ ତାରିଖ ରୁ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି ହୋଇଥିଲେ। ହେଲେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ। କିନ୍ତୁ ଗରିବ ଶ୍ରେଣୀର ହୋଇଥିବା ରୁ ସେ ମେଡ଼ିକାଲ ହିଁ ରହି ଚିକିତ୍ସା କରାଉଥିଲେ। ଶୁକ୍ରବାର ତାଙ୍କୁ ଅଧିକ ଯନ୍ତ୍ରଣା ହେବାରୁ ଡାକ୍ତର ଏକ ଇଞ୍ଜେକ୍ସନ ଦେଇ ଥିଲେ। ଏହାର କିଛି ସମୟ ପରେ ଗର୍ଭବତୀ ମହିଳା ଙ୍କ ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ସ୍ୱାମୀ ବସନ୍ତ ନାଇକ ଅଭିଯୋଗ ଆଣିଛନ୍ତି।ଏହା ପରେ ପରିବାର ଲୋକେ ଉତେଜିତ ହୋଇ ଚିକିତ୍ସା ରେ ଅବହେଳା କରି ରୋଗୀଙ୍କୁ ମାରିଦେଇଥିବା ଅଭିଯୋଗ କରିଥିଲେ । ମେଡ଼ିକାଲ ରେ କିଛି ସମୟ ପାଈଁ ଚାପା ଉତେଜନା ସହ ଶୋକ ର ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳ ରେ ପହଂଚି ପରିବାର ଲୋକଙ୍କୁ ବୁଝାବୁଝା କଲା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏହା ପରେ ମହାପ୍ରୟାଣ ଗାଡି ଯୋଗେ ଶବ ନିଆଯାଇଥିଲା । ଅପରପକ୍ଷେ ମେଡିକାଲ ପକ୍ଷରୁ ଚିକିତ୍ସା ଅଭାବରୁ ମୃତ୍ୟୁ ଖବର କୁ ଖଣ୍ଡନ କରାଯାଇଛି। ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହୋଇଛି।
ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here