ଓଡ଼ିଶା-ଛତିଶଗଡ଼ ମୁଖ୍ୟରାସ୍ତା ନିର୍ମାଣ ହେଲା

0
417

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଠାରୁ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସନ୍ତୋଷପୁର ଗ୍ରାମ ଠାରୁ ଆଉଁଳି ଗ୍ରାମ ଦେଇ ଯାଇ ଥିବା ରାସ୍ତା ଟି ଦୀର୍ଘଦିନ ରୁ ଅତି ଶୋଚନୀୟ ଖାଲ ଖମା ହୋଇ ମରଣଯନ୍ତା ପାଲଟିଥିଲା ।ସେହି ରାସ୍ତାର ଅବସ୍ଥା ନେଇ ଗତ ତା-୧୩ ଫେବୃଆରୀ ଦିନ ଖବର ନ୍ୟୁଜଏକ୍ସଟ୍ରା ରେ ପ୍ରକାଶ ପାଇଥିଲା । ଏହି ଖବର ପ୍ରକାଶ ପରେ ରାସ୍ତାର ଵିଭାଗୀୟ ଅଧିକାରୀ ତପ୍ତରତା ଦେଖାଇ ଏହି ଚଳିତ ମାସ ଭିତରେ ରାସ୍ତା ମରାମତି ସହ କାର୍ଯ୍ୟ ଶେଷ କରିଛନ୍ତି । ଏହି ରାସ୍ତା ର ନିର୍ମାଣ ପାଇଁ ଜନ ସାଧାରଣ ଅନେକ ଥର ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କୁ ଲିଖିତ ଓ ମୌଖିକ କହି ବିରୋକ୍ତ ହୋଇଯାଇଥିଲେ । ପରିଶେଷରେ ଆନ୍ଦୋଳନ କରିବାକୁ ମଧ୍ୟ ଚେତାବନୀ ଦେଇଥିଲେ । କିନ୍ତୁ ଉକ୍ତ ରାସ୍ତା ର ମରାମତି ହୋଇଥିବାରୁ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here