ବିଦ୍ୟୁତ ସଂସ୍ପର୍ଶରେ କୁକୁଡ଼ାଫlର୍ମ ମାଲିକଙ୍କ ମୃତ୍ୟୁ

0
363

ଭଞ୍ଜନଗର: ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ପଂଚାୟତର ଝାଡ଼ସାହି ଗ୍ରାମର ସନ୍ତୋଷ ବେହେରାଙ୍କ(38) ମୃତ୍ୟୁ ଘଟିଛି l ନିଜର କୁକୁଡ଼ାଫlର୍ମରେ ବିଦ୍ୟୁତ ସଜାଡୁଥିବାବେଳେ ଅସାବଧାନତା ଯୋଗୁ ହାତରେ ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଥିବା ସୂଚନା ମିଳିଛି l
ଆଜି ସନ୍ଧ୍ୟାରେ ବର୍ଷା ଲାଗିରହିଥିବା ବେଳେ ନିଜ ଫାର୍ମର ବିଦ୍ୟୁତ ବିଚ୍ଛିନ୍ନ ହୋଇଯାଇଥିଲା ଏହାକୁ ସଜାଡ଼ିବା ପାଇଁ ନିଜେ ନିଜେ ବିଦ୍ୟୁତ ମରାମତି କରୁଥିବା ବେଳେ ସେ ବିଦ୍ୟୁତ ଆଘାତ ପାଇ ଟଳି ପଡ଼ିଥିଲେ । ଖବର ପାଇ ଜଗନ୍ନାଥପ୍ରସାଦ ଦମକଳ ବାହିନୀ ପଂହଁଚି ଜଗନ୍ନାଥପ୍ରସାଦ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର କିରଣ କୁମାର ଦାସ ପରୀକ୍ଷା କରି ମୃତ୍ୟ ଘୋଷଣା କରିବା ପରେ ଶବ ବ୍ୟବଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଯାଇଛି ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here