୨୫ ଲକ୍ଷଟଙ୍କାର ଖଇନି ଜବତ ;ତିନି ଗିରଫ

0
339

ଭଞ୍ଜନଗର/ଗାଙ୍ଗପୁର(ନ୍ୟୁଜଏକ୍ସ ବ୍ୟୁରୋ) କୋରନା ମାହାମରୀ ପାଇଁ ସରକାର ବିଭିନ୍ନ ନିଶାଦ୍ରବ୍ଯ ବିକ୍ରି ଓ ପ୍ରସ୍ତୁତି ଉପରେ ରୋକ ଲଗାଇଛନ୍ତି। ହେଲେ କିଛି ଅଶାଧୁ ବ୍ୟବସାୟୀ ଖୁଲମଖୁଲା ଏହି ନିୟମର ଉଲଂଘନ କରି ଗୁଟଖା ଓ ଖଇନି ବିକ୍ରି କରୁଥିବା ବାରମ୍ବାର ଅଭିଯୋଗ ଆସୁଛି। ସେହିପରି ଏଭଳି ଏକ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ନିଶାଦ୍ରବ୍ୟ ଉପରେ କଟକଣା ଲଗାଇବା ପାଇଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୟବୋଧ୍ୟାନରେ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ନେତୃତ୍ୱରେ ଥାନା ଇଲାକାର ବାଲିସାହି ଓ ବାଘୁଆପଲି ରେ ୨ଟି କାରଖାନା ଓ ୩ଟି ଗୋଦାମ ଉପରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ପୋଲିସ ହଜାରେ ପ୍ୟାକେଟ ରୁ ଅଧିକ ଖଇନି ଓ କଞ୍ଚାମାଲ ଏବଂ ଖଇନି ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ଯନ୍ତ୍ର ଜବତ କରିଛି। ଜବତ ହୋଇଥିବା ନିଶାଦ୍ରବ୍ୟ ର ମୂଲ୍ୟ ଆନୁମାନିକ ୨୫ ଲକ୍ଷଟଙ୍କା ହେବ ବୋଲି ପୋଲିସ କହିଛି। ଏ ନେଇ ଗାଙ୍ଗପୁର ଥାନାରେ ଦୁଇଟି ମାମଲା ରୁଜୁ ହେବା ସହ ୩ ଜଣଙ୍କୁ ଗିରଫ କରାଯାଇଛି ଓ ଏଥିରେ ଜଡିତ ଥିବା ଅନ୍ୟ ୨ ଜଣ ଫେରାର ଅଛନ୍ତି।

LEAVE A REPLY

Please enter your comment!
Please enter your name here