ଅବକାରୀ ଓ ପୁଲିସର ମିଳିତ ଚଡାଉ , ୨ ଗିରଫ

0
351

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ ଙ୍କ ନିର୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ କୋଡ଼ିଙ୍ଗା ଅବକାରୀ ବିଭାଗ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ମାତ୍ରାରେ ମଦ , ପୋଚ ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ରାଜୋଡା , ଚୁରୁଚୁଣ୍ଡା , କୁସୁମପାଲି ଏବଂ ସନ୍ତୋଷପୁର ଗ୍ରାମ ଉପରେ ଚଢ଼ାଉ କରି ପ୍ରାୟ ୧ ଶହ ଲିଟର ଦେଶୀ ମଦ ଓ ପ୍ରାୟ ୨୫ ଶହ ଲିଟର ମହୁଲ ପୋଚ କୁ ଜବତ କରି ବିଭାଗ ପକ୍ଷରୁ ସେଗୁଡାକୁ ନଷ୍ଟ କରାଯାଇଥିଲା । ଏହି ଚୋରା ମଦ କାରବାରରେ ସନ୍ତୋଷପୁର ଗ୍ରାମର କୁମାରୀ କଷ୍ଠା ଓ ତୁଳସା ଭତରା ଏହି ୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି । ଏହି ଚଡାଉରେ କୋଡ଼ିଙ୍ଗା ଅବକାରୀ ବିଭାଗ ଓ କୋଷାଗୁମୁଡା ପୁଲିସ କର୍ମଚାରୀ ସାମିଲ ଥିଲେ ।

ରିପୋର୍ଟ:ଯୋଗେନ୍ଦ୍ର ମହାନ୍ତି

LEAVE A REPLY

Please enter your comment!
Please enter your name here