ଦୁର୍ଘଟଣାରେ ଆହତ ଯୁବକକୁ ମେଡ଼ିକାଲକୁ ପଠାଇଲେ ବିଧାୟକ

0
293

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ପୋଲସରା ରୋଡ଼ ପେଟ୍ରୋଲ ପମ୍ପ ନିକଟରେ ଡିସେମ୍ବର ୧୬ ତାରିଖ ଦିନ ଓଡ଼ି ୦୭ ଏବି ୨୭୨୪ ନମ୍ବର ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜଣେ ଯୁବ ଗୁରୁତର ଆହତ ହୋଇଥିବା ବେଳେ ପୋଲସରା ବିଧାୟକ ସେହି ଯୁବକଙ୍କୁ ମେଡ଼ିକାଲ ନେବା ବ୍ୟବସ୍ଥା କରିଥିଲେ। ଘଟଣାରୁ ଜଣା ପଡିଛି ଯେ ରାଉରକେଲା ର ଦେବାଶିଷ ନାୟକ(୨୦) ଓ ବର୍ଣିଲ ନାୟକ ମଥୁରା ଗ୍ରାମରେ ବିବାହ ଉତ୍ସବରେ ଯୋଗଦେଇ ସେଠାରୁ ବାଇକରେ ବୁଗୁଡା ବନ୍ଧୁ ଘରକୁ ଆସିବା ବେଳେ ବୁଗୁଡାର ପୋଲସରା ରୋଡ଼ ପେଟ୍ରୋଲ ପମ୍ପ ନିକଟ ବାଙ୍କରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିପଡି ଦେବାଶିଷ ଗୁରୁତର ଆହତ ହୋଇଥିଲେ। ସେହି ସମୟରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଗୋଲିଆ ଗ୍ରାମରେ ଧାନ ମଣ୍ଡି ଉଦଘାଟନ କରି ପାଙ୍ଗିଡି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ରାସ୍ତ କଡରେ ଆହତ ଯୁବକଙ୍କୁ ଦେଖି ସେଠାରେ ରହି ନିକଟରେ ଥିବା ଅଗ୍ନିଶମ ବିଭାଗକୁ ଖବର ଦେଇ ଦମକଳ ବାହିନୀ ଗାଡ଼ିରେ ବୁଗୁଡା ମେଡ଼ିକାଲକୁ ପଠାଇଥିଲେ। ଏଥିସହ ପାଙ୍ଗିଡି କାର୍ଯ୍ୟକ୍ରମ ଶେଷକରି ଫେରିବା ବେଳେ ବୁଗୁଡା ମେଡ଼ିକାଲକୁ ଯାଇ ଆହତ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ। ଦେବାଶିଷଙ୍କ ଛାତିରେ ଆଘାତ ଲାଗିବା ସହ ହାତର କଚି ଭାଙ୍ଗି ଯାଇ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବର୍ଣ୍ଣିଲଙ୍କ ସାମାନ୍ୟ ଆହତ ଯୋଗୁଁ ଚିକିତ୍ସା ପରେ ସେ ଆମ୍ବୁଲାନ୍ସରେ ଦେବାଶିଷଙ୍କ ସହ ଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here