ଅସହାୟଙ୍କୁ ସାହା ହେଲା “ଟିମ କ୍ଲିନ ସିଟି” ନୂଆ ଜୀବନ ମିଳିଲା ରାସ୍ତାକଡର ଦୁଇ ଅସହାୟଙ୍କୁ

0
292

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) କରୋନା କଟକଣା ଯୋଗୁଁ ଟିମ କ୍ଲିନ ସିଟି ପକ୍ଷରୁ ବନ୍ଦ ଥିବା ଅସହାୟଙ୍କୁ ଉଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। ଆଜି ଟିମ ପକ୍ଷରୁ ପ୍ରଥମେ ବ୍ରହ୍ମପୁର ଭିଜିଲାନ୍ସ ଏସ ପିଙ୍କ ସରକାରୀ ବାସଭବନ ସମ୍ମୁଖ ରାସ୍ତା କଡ ନାଳ ପାଖରେ ପଡିଥିବା ଜଣେ ଅସହାୟ ବୃଦ୍ଧଙ୍କୁ ପୋଲିସ ସହାୟତାରେ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍ କେ ସି ଜି ମେଡିକାଲରେ ଭର୍ତ୍ତି କରିଥିଲେ।ଏଥିପାଇଁ ଟିମ ପକ୍ଷରୁ ଜିଲ୍ଲାପାଳ ଓ ବ୍ରହ୍ମପୁର ଏସପିଙ୍କ ସହାୟତା ଲୋଡ଼ାଯାଇଥିଲା। ଏବଂ ଉଭୟେ ଏଥିରେ ସହଯୋଗର ହାତ ବଢାଇଥିଲେ। ସେହିଭଳି ଆସ୍କା ରୋଡ ସ୍ଥିତ ଗଙ୍ଗାଧର ନଗର ରାସ୍ତାରେ ଜଣେ ବୃଦ୍ଧା ପଡି ଆହତ ହୋଇଯାଇଥିଲେ। ଏନେଇ ଟିମ ସଦସ୍ୟଙ୍କୁ ସୂଚନା ମିଳିବା ମାତ୍ରେ ଟିମର ସଦସ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଅଟୋ ଯୋଗେ ନଗର ଚିକିତ୍ସାଳୟକୁ ଆଣିଥିଲେ। ପରେ ତାଙ୍କ ଠାରୁ ତାଙ୍କ ଠିକଣା ଓ ପରିବାର ଲୋକଙ୍କ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥିଲେ। ପରିବାର ଲୋକଙ୍କ ସହ ଯୋଗାଯୋଗ କରି ତାଙ୍କର 3ଜଣ ପୁଅଙ୍କ ଖବର ଦିଆଯାଇଥିଲା। ପରେ ସେମାନେ ଆସି ଟିମ ସଦସ୍ୟଙ୍କୁ ହାତଯୋଡି ଧନ୍ୟବାଦ ଦେଇଥିଲେ। ଟିମର ପୂର୍ବ ନିଷ୍ପତ୍ତି ପ୍ରକାରେ ଆଜି ଟିମର ସଦସ୍ୟମାନେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ସାକ୍ଷାତ କରି ୩ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସହରରେ ବିଭିନ୍ନ ଛକରେ ଶୋଭାବର୍ଦ୍ଧନ କରୁଥିବା ମହାପୁରୁଷଙ୍କ ପ୍ରତିମୂର୍ତିର ସୁରକ୍ଷା ଓ ନିୟମିତ ରକ୍ଷଣାବେକ୍ଷଣ, ରାସ୍ତାକଡରେ ପଡି ରହୁଥିବା ଅସହାୟ ବୃଦ୍ଧବୃଦ୍ଧାଙ୍କୁ ସହାୟତା ଓ ଆଶ୍ରୟ ପ୍ରଦାନ କରିବା ସହିତ ଜିଲ୍ଲା ତଥା ରାଜ୍ୟ ବାହାରୁ ଟ୍ରେନ ଓ ଟ୍ରକ ଯୋଗେ ମାନସିକ ବିକୃତ ବ୍ୟକ୍ତି ବିଶେଷଙ୍କୁ ଆଣି ଛଡ଼ାଯାଉଥିବା ଭଳି ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି। ପୂର୍ବରୁ ୭୬ଜଣ ଅସହାୟଙ୍କୁ ସହାୟତା ଯୋଗାଇ ଟିମ ସୁନାମ ଅର୍ଜନ କରିଥିବା ବେଳେ ଆଜି ପୁଣି ଦୁଇଜଣଙ୍କୁ ରାସ୍ତାକଡରୁ ଉଠାଇ ସେବା ପ୍ରଦାନ କରି ଏହି ସଂଖ୍ୟାକୁ 78ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here