ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ : ୧୦,୪୨୦ ଟଙ୍କା ଜରିମାନା ଆଦାୟ

0
274

ବୁଗୁଡା: ଏକ ଟ୍ରାକ୍ଟରରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ହେଉଥିବା ବେଳେ ଅଗଷ୍ଟ ୨୫ ତାରିଖ ଦିନ ଟ୍ରାକ୍ଟରକୁ ଜବତ କରି ୧୦ ହଜାର ୪୨୦ ଟଙ୍କା ଜରିମାନା ଆଦାୟ ହୋଇଥିବା ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ପ୍ରକାଶ କରିଛନ୍ତି। କଣଛାଇ ପାହାଡ଼ରୁ ଲଘୁ ଖଣିଜ ପଦାର୍ଥ ପଥର ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ଖବର ପାଇ ବୁଗୁଡା ତହସିଲଦାର ଶ୍ରୀ ଜେନାଙ୍କ ନେତୃତ୍ୱରେ ରାଜସ୍ୱ ବିଭାଗ କର୍ମଚାରୀ ବୃନ୍ଦ ଟ୍ରାକ୍ଟରକୁ ଜବତ କରିଥିଲେ। ଟ୍ରାକ୍ଟର ମାଲିକ ୧୦ ହଜାର ୪୨୦ ଟଙ୍କା ଜରିମାନା ଦେଇ ଜବତ ଟ୍ରାକ୍ଟର ମୁକୁଳାଇ ନେଇଥିଲେ। ଗତକାଲି ଦୁଇଟି ଟ୍ରାକ୍ଟରରେ ଲଘୁ ଖଣିଜ ପଦାର୍ଥ ପଥର ବୋଝେଇ ହୋଇ ଯାଉଥିବା ବେଳେ ରାଜସ୍ୱ ବିଭାଗ ଟ୍ରାକ୍ଟର ଜବତ କରି ପ୍ରତ୍ୟେକ ଟ୍ରାକ୍ଟର ପିଛା ୧୦,୪୨୦ ଟଙ୍କା ଲେଖାଏଁ ଆଦାୟ କରି ଛାଡିଥିଲେ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here