ସ୍ଵାସ୍ଥ୍ୟ କେନ୍ଦ୍ର ରେ ରାଜ୍ୟସ୍ତରୀୟ ଟିମ୍ ଗସ୍ତ

0
353

କୋରାପୁଟ ( ନ୍ୟୁଜ ଏକ୍ସଟ୍ରା)କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଜ୍ୟସ୍ତରୀୟ ଟିମ ଗସ୍ତ କରି ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ସେବା ସ୍ୱଚ୍ଛତା ଏବଂ ପରିଚାଳନା ବିଷୟରେ ଗୁଣ ପରୀକ୍ଷା କରିଥିଲେ।ଡ଼ ବିଜୟ କୁମାର ସ୍ୱାଇଁ ନେସନାଲ ହେଲଥ ମିଶନ କଂସଲଟେଣ୍ଟ କ୍ୱାଲିଟି ପ୍ରିପେରନେଶ ଚାରି ଜଣିଆ ଟିମ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ବିଭାଗର ଟିକିନିଖି ଅନୁଧ୍ୟାନ କରିଛନ୍ତି ଏବଂ ରୋଗୀ ସେବା ଏବଂ ସ୍ୱଚ୍ଛତା ଉପରେ ଗୁଣ ପରୀକ୍ଷା କରିଥିଲେ।ଯଦି ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଵଛତା, ରୋଗୀ ସେବା ଆଦି କ୍ଷେତ୍ରରେ ୭୦% ପ୍ରତିଶତ ଉପରକୁ ଯାଏ ତେବେ ନେସନାଲ କ୍ୱାଲିଟି ଆସୁରେନ୍ସ ଷ୍ଟାଣ୍ଡର୍ଡ ସ୍କିମ ଜାତୀୟ ସ୍ତରରେ ଯୋଗ୍ୟତା ପ୍ରାପ୍ତ ହୋଇପାରିବ।ଜାତୀୟ ସ୍ତରରେ ବିବେଚିତ ହେଲେ ଜାତୀୟ ମାନପତ୍ର ପାଇପାରିବ ବୋଲି ଡ଼ ବିଜୟ ସ୍ୱାଇଁ କହିଛନ୍ତି।ଉପାନ୍ତ ଅଞ୍ଚଳରେ ଏଭଳି ସ୍ୱଚ୍ଛ ଏବଂ ରୋଗୀ ସେବା ଯୋଗାଇଦେବାରେ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତି ସନ୍ତୁଷ୍ଟ ଥିବା କହିଛନ୍ତି ଡ଼ ସ୍ୱାଇଁ।ପ୍ରାୟ ତିନି ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାଜ୍ୟସ୍ତରୀୟ ଟିମ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ ପରଖି ଥିଲେ।ଆଗକୁ ଆହୁରି ସ୍ୱଚ୍ଛତା ଦିଗରେ ଏବଂ ଉନ୍ନତ ରୋଗୀ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବୋରିଗୁମ୍ମା ମେଡିକାଲ ଅଫିସର ଡ଼ ରାଜାରାମ ସ୍ୱାଇଁ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here