ସରପଞ୍ଚ ପ୍ରତିନିଧିକୁ ହତ୍ୟା ଧମକ ଘଟଣାରେ ଜଣେ ଗିରଫ,ଖଣ୍ଡା ଜବତ

0
464

ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ତାରସିଂ ପଞ୍ଚାୟତର ସରପଞ୍ଚ ପ୍ରତିନିଧ ଜିତୁ ପ୍ରଧାନକୁ ହତ୍ୟା ଧମକ ଘଟଣାରେ ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ତାରସିଂ ଗ୍ରାମର ପ୍ରତାପ ନାୟକ। ପ୍ରତାପ ଗତକାଲି ରାତିରେ ଜିତୁକୁ ଅଟକାଇ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ଖଣ୍ଡାରେ ହତ୍ୟା କରିବ ଧମକ ଦେବା ପରେ ଜିତୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ସେଠାରେ ପହଞ୍ଚି ଗିରଫ କରିବା ସହ ତା ନିକଟରୁ ଖଣ୍ଡା ଜବତ କରିଥିଲା। ଏନେଇ କେସ୍ ନମ୍ବର ୨୧୪ରେ ଏକ ମାମଲା ରୁଜୁ ହୋଇଥିବା ତାରସିଂ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତି।

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here