ଜୁଆ ଆଡ୍ଡା ଉପରେ ଉମରକୋଟ ପୋଲିସର ଚଢ଼ାଉ

0
323

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଗତକାଲି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଥିବା ଏକ ଢ଼ାବା ରେ ଜୁଆ ଖେଳ ଚାଲିଥିବା ବେଳେ ଉମରକୋଟ ପୋଲିସ ଚଢ଼ାଉ କରିଥିବା ଜଣାପଡିଛି । ସୂଚନା ଅନୁଯାଇ,ଉମରକୋଟ ସହର ରେ ଥିବା ଦଙ୍ଗରୀଗୁଡା ନିକଟରେ ଏକ ଢ଼ାବା କିଛି ଦିନ ହେବ ବନ୍ଦ ରହିଥିବା ଜଣାପଡିଛି । ଉମରକୋଟ ପୋଲିସ ସନ୍ଦେହ କରି ସେଠାରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୧୫ ଜଣ ଜୁଆଡ଼ି ସହ ୧୩ଟି ଆଣ୍ଡରଏଡ ମୋବାଇଲ,୨ଟି କି ପେଡ ମୋବଇଲ, ୪ପ୍ୟାକେଟ ତାସ ସହ ୫୭ହଜାର ୧୬୫ଟଙ୍କା ଜବତ କରିଥିବା ପୋଲିସ ସୂତ୍ର ରୁ ଜଣାପଡିଛି । ଉକ୍ତ ଚଢ଼ାଉ ରେ ଉମରକୋଟ ଏସ.ଡି.ପି.ଓ ଦିନେଶ ନାୟକ, ସବ ଇନ୍ସପେକ୍ଟର ସନ୍ତୋଷ କୁମାର ମାଝୀ ଙ୍କ ସମେତ ଅନେକ ପୋଲିସ କର୍ମୀ ଉପସ୍ଥିତ ଥିଲେ । ହେଲେ ଜୁଆଡ଼ି ମାନଙ୍କୁ ନୋଟିସ ଦେଇ ଛାଡି ଦିଆଯାଇଥିବା ଜଣାପଡିଛି ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here