ଓଡ଼ିଶାରୁ ହରିଆନା ଗଞ୍ଜେଇ ଚାଲାଣ ବେଳେ ୨୧ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ ; ୭ମହିଳାଙ୍କ ସମେତ ୨୬ ଗିରଫ

0
248

ପାରଳାଖେମୁଣ୍ଡି; ଗଜପତି ନୁଆଗଡ ବ୍ଲକ ଅନ୍ତର୍ଗତ ସମ୍ବଲପୁର ଅଞ୍ଚଳରେ ଗଞ୍ଜେଇ କାରବାର ରୋକିବା ପାଇଁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ର ବିଭିନ୍ନ ବ୍ଲକ ଏବଂ ବିଭିନ୍ନ ଥାନା ଅଧୀନରେ ଥିବା ଅଞ୍ଚଳ ର ପ୍ରଚୁର ପରିମାଣରେ ଚୋରା ଗଞ୍ଜେଇ ଚାଲାଣ ରୋକିବା ନିମନ୍ତେ ପ୍ରଶାସନୀକ ପକ୍ଷରୁ ବିଭିନ୍ନ ମାଧ୍ୟମରେ ଯାଞ୍ଚ, ଚଢାଉ ଆଦି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗତକାଲି ଆର୍‌.ଉଦୟଗିରି ଏସ୍‌ଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ୱାବଧାନରେ ଆର୍‌.ଉଦୟଗରି ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ଓ ତାଙ୍କ ଟିମ୍ ନୂଆଗଡ ବ୍ଲକ ଅନ୍ତର୍ଗତ ସମ୍ବଲପୁର ଅଞ୍ଚଳରେ ଚଡାଉ କରିଥିବା ବେଳେ ସେଠାରେ କିଛି ମାଫିଆଙ୍କ ସ୍ୱାହା ସୁତରାରେ କିଛି ଅଭିଯୁକ୍ତ ସମ୍ବଲପୁର ଅଞ୍ଚଳରୁ୪ଗୋଟି ଭ୍ୟାନଯୋଗେ ଗଞ୍ଜେଇକୁ ହରିୟାନା ଚାଲଣ କରିବା ପାଇଁ ପ୍ରସ୍ତୁତ କରିଥିଲେ । ଏହି ବିଷୟରେ ସୂଚନା ପାଇ ଆର୍‌.ଉଦୟଗିରି ଥାନା ଟିମ୍ ସେଠାରେ ପହଞ୍ଚିଥିଲେ ଓ ଚଢଉ ମଧ୍ୟ କରିଥିଲେ । ୪ଗୋଟି ଭ୍ୟାନକୁ ପୋଲିସ ଯାଞ୍ଚ କରି ସେଥିରୁ ୨୧ କୁଇଣ୍ଟାଲ ୪୫ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଏଥିରେ ସମ୍ପୃକ୍ତ ଥିବା ୭ଜଣ ମହିଳାଙ୍କ ସମେତ ୨୬ଜଣଙ୍କୁ ପୋଲିସ ଗିରଫ କରିଛି । ଉକ୍ତ ଗଞ୍ଜେଇ ଓଡ଼ିଶା ରୁ ହରିୟାନାକୁ ଚାଲାଣ ହେଉଥିବା ଜଣାପଡ଼ିଛି ଯାହା କି ଗିରଫ ମାନଙ୍କ ଠାରୁ ସ୍ପଷ୍ଟ ହୋଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ହରିୟାନା ଓ ପଞ୍ଜାବର ଅଞ୍ଚଳର ଅଟନ୍ତି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଆନୁମାନିକ ଦେଢ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆର୍‌.ଉଦୟଗିରି ଏସ୍‌ଡିପିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏନେଇ ଆର୍‌.ଉଦୟଗିରି ଥାନାରେ ୧୦୨, ୧୦୩, ୧୦୪ ଓ ୧୦୫/୨୧ରେ ୪ଗୋଟି ପୃଥକ୍ ଭାବେ ମାମଲା ରୁଜୁ କରାଯାଥିବା ଥାନା ସୂତ୍ରରୁ ପ୍ରକାଶ । ଗିରଫ ୨୬ଜଣଙ୍କୁ ଆଜି ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here