ପୋଖରୀରେ ବୁଡିଯାଇ ଜଣେ ମୃତ; ଗ୍ରାମରେ ଶୋକର ଛାୟା

0
339

ବେଲଗୁଣ୍ଠା: ଗତକାଲି ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମରେ ପୋଖରୀରେ ବୁଡ଼ି ଜଣେ 40 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହେବା ଯୋଗୁଁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି I ସୂଚନା ଅନୁସାରେ ଗ୍ରାମର ପର୍ଶୁ ନାଇକଙ୍କ ପୁଅ ବିନାୟକ ନାଇକ ଗତ କାଲି ଗ୍ରାମ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଅସାବଧାନତା ବଶତଃ ପୋଖରୀରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଥିଲେ I ବିନାୟକଙ୍କ ଶବ ଉଦ୍ଧାର ପରେ ଆସ୍କା ମେଡ଼ିକାଲ୍ ରେ ବ୍ୟବଚ୍ଛେଦ କରାଯାଇଥିଲା I ଏନେଇ ବିନାୟକଙ୍କ ସମ୍ପର୍କୀୟ ପଦ୍ମ ନାଇକ(48)ଙ୍କ ଏତାଲା କ୍ରମେ ଗାଙ୍ଗପୁର ଥାନାରେ 18/21 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ I ସେହିପରି ଅନ୍ୟ ଏକ ଘଟଣାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟଙ୍ଗା ଗ୍ରାମର ଇନ୍ଦ୍ରମଣି ନାୟକ (61) ଅସୁସ୍ଥତା କାରଣରୁ ମୃତ୍ୟୁ ବରଣ କରିଛନ୍ତି I ତାଙ୍କ ଶବକୁ ଭଞ୍ଜନଗର ମେଡିକାଲ୍ ରେ ବ୍ୟବଚ୍ଛେଦ କରାଯାଇଛି I ଇନ୍ଦ୍ରମଣିଙ୍କ ପୁଅ କୃଷ୍ଣ ଚନ୍ଦ୍ର ନାୟକ(38)ଙ୍କ ଏତାଲା କ୍ରମେ 19/21 ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଧୀରେଶ୍ କୁମାର ଦାଶ ପ୍ରକାଶ କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here