ବନ୍ଧୁକ ତିଆରି ଅଭିଯଗ ରେ ଜଣେ ଗିରଫ , ଦୁଇଟି ଅର୍ଦ୍ଧ ନିର୍ମିତ ବନ୍ଧୁକ ସହ ବହୁ ସାମଗ୍ରୀ ଜବତ

0
425

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସ କୁ ମିଳିଛି ଏକ ବଡ଼ ସଫଳତା। ଆଜି କୌଣସି ସୂତ୍ର ରୁ ଖବର ପାଇ ରାଇଘର ପୋଲିସ ରାଇଘର ଥାନା ଅନ୍ତର୍ଗତ ହାତିଗାଁ ପଞ୍ଚାୟତ ର ମାଣ୍ଡିଆ ବେଡା ଗ୍ରାମରେ ଚଢାଉ କରି ସଗ୍ରାମ ଲୋହରା ନାମକ ଜଣେ ବ୍ୟକ୍ତି କୁ ଗିରଫ କରିବା ସହ ତାଙ୍କ ଘରୁ ଦୁଇଟି ଅର୍ଦ୍ଧ ନିର୍ମିତ କାଠ ବନ୍ଧୁକ ସହ ଛଅ ଟି ବେରେଲ୍ ପାଇପ୍ ,ଟ୍ରିଗର ଛଅ ଟି, ଚାରିଟି ସେଫଟି ଲକ୍ , ଚାରିଟି ହାତୁଡ଼ି ସହ ଦୁଇଟି କି ପେଡ ମୋବାଇଲ ଜବତ କରାଯାଇଛି ।ଏନେଇ ରାଇଘର ଥାନା ରେ କେଶ ନମ୍ବର 127/21 ରେ ଏକ ମାମଲା ରୁଜୁ କରାଯାଇଛି ଓ ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇ ଏହାର ତଦନ୍ତ ଭାର ଗ୍ରହଣ କରି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଏକ ପ୍ରେସ ବିବୃତିରେ ଉମରକୋଟ SDPO ଦିନେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here