ବିଜେଡି ନେତାଙ୍କ ମାତୃ ବିୟୋଗରେ ବାଚସ୍ପତି ଓ ସାଂସଦଙ୍କ ଶୋକ ପ୍ରକାଶ

0
372

କୁକୁଡ଼ାଖଣ୍ଡି:ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଠି ପଞ୍ଚାୟତର ବେନ୍ଦାଳିଆ ବ୍ରାହ୍ମଣ ସାହି ନିଵାସୀ ତଥା ବରିଷ୍ଠ ବିଜେଡି ନେତା ଜତୀନ୍ଦ୍ର ପାତ୍ରଙ୍କ ମାତା ଲକ୍ଷ୍ମୀ ପାତ୍ରଙ୍କ ୭୭ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି।ସ୍ବର୍ଗତ ଲକ୍ଷ୍ମୀ ପାତ୍ର ଦୀର୍ଘ ଦିନ ଧରି ଅସୁସ୍ଥତା ରହିବା ସହ ତାଙ୍କର ଚିକିତ୍ସା ଜାରି ରହିଥିଲା।ତେବେ ଗତ ୨୨ ତାରିଖ (ରବିବାର) ସନ୍ଧ୍ୟାରେ ନିଜ ବାସଭବନରେ ମୃତ୍ୟୁ ବରଣ କରିଥିଲେ।”ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ଧର୍ମପରାୟଣ ମହିଳା ଥିଲେ।ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ବିଧାୟକ ତଥା ବିଧାନସଭା ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ବିଜେଡି ନେତା ଜତୀନ୍ଦ୍ର ପାତ୍ରଙ୍କ ଘରେ ପହଞ୍ଚି ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ଲକ୍ଷ୍ମୀଙ୍କ ଅମର ଆତ୍ମାର ସଦଗତି କାମନା କରି ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ।ଏହି ଅବସରରେ ସ୍ବର୍ଗତ ଲକ୍ଷ୍ମୀଙ୍କ ପୁତ୍ର ମନମୋହନ ପାତ୍ର, ଜତୀନ୍ଦ୍ର ପାତ୍ର, ରବୀନ୍ଦ୍ର ପାତ୍ର, ଲିଙ୍ଗରାଜ ପାତ୍ର ଓ ନରେନ୍ଦ୍ର ପାତ୍ରଙ୍କ ସମେତ ଝିଅ,ବୋହୁ, ନାତି ଓ ନାତୁଣୀ ମାନେ ଉପସ୍ଥିତ ଥିଲେ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here