ଦତ୍ତପୁତ୍ର ଦେଉଛି ଯନ୍ତ୍ରଣା,ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ନିସନ୍ତାନ ବୃଦ୍ଧ ଦମ୍ପତି

0
348

ଭଞ୍ଜନଗର: ବିବାହ ପରେ ସନ୍ତାନ ଜନ୍ମ ନହେବାରୁ ଦୁଃଖ କଷ୍ଟରେ ଦିନ କଟୁଥିଲା। ବୟସ୍କ ସମୟରେ ଯେନତେନ ସମୟ ବିତି ଯାଇଥିବା ବେଳେ ପରିଣତ ବୟସରେ ସାହାର ହେବା ପାଇଁ ଶଳାର ପୁଅକୁ ଦତପୁତ୍ର ଭାବେ ଗ୍ରହଣ କରିଥିଲେ। ହେଲେ ସେ ମଧ୍ୟ ସମ୍ପତି ଲୋଭରେ ବୃଦ୍ଧା ଅବସ୍ଥାରେ ସାହାର ହେବା ବଦଳରେ ଦେଉଛି ମାନସିକ ଓ ଶାରୀରିକ ନିର୍ଯ୍ୟାତନା। ଆଉ ସୁରକ୍ଷା ସହ ଥଇଥାନ କରିବା ନିମନ୍ତେ ଗୁହାରି କରିଛନ୍ତି ଦୁଇ ନିସନ୍ତାନ ବୃଦ୍ଧ ଦମ୍ପତି। ଏଭଳି ଅଭାବନୀୟ ଘଟଣା ସଂର୍ପକରେ ଅଭିଯୋଗ ଆଣିଛନ୍ତି ଗାଙ୍ଗପୁର ଥାନା ପାଟପୁର ଗ୍ରାମର ଅଭିମନ୍ୟୁ ଗୌଡ ଏବଂ ତାଙ୍କ ପତ୍ନୀ ପ୍ରମିଳା ଗୌଡ। ଅଭିମନ୍ୟୁଙ୍କ ନିଜର ସନ୍ତାନ ନଥିବା ବେଳେ ତାଙ୍କ ଶଳାର ଆର୍ଥିକ ଅବସ୍ଥା ଭଲ ନଥିଲା। ତେଣୁ ଶଳାର ମଝିଆ ପୁଅକୁ ଦତ ପୁତ୍ର କରି ପାଖରେ ରଖିବା ସହ ତାର ବିବାହ କରିଥିଲେ କିନ୍ତୁ ସେ ବାପା ମାଆ ଭଳି ସେବା କରିବା ବଦଳରେ ଦେଉଛନ୍ତି ଅକଥନୀୟ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ବୋଲି ଉପଜିଲ୍ଲାପାଳଙ୍କ ନିକଟରେ ଅଭିୟଯୋଗ କରିଛନ୍ତି। ଅଭିମନ୍ୟୁ ତାଙ୍କ ପତ୍ନୀଙ୍କୁ ନେଇ ଏକାକୀ ରହୁଥିବା ବେଳେ ବୃଦ୍ଧା ସମୟରେ ସାହାର ପାଲଟିବା ପାଇଁ ତାଙ୍କ ଗ୍ରାମ ନିକଟରେ ରହୁଥିବା ଶଳାର ତୃତୀୟ ପୁଅକୁ ୪ ବର୍ଷ ତଳେ ପାଖରେ ଆଣି ରଖିଥିଲେ। ଗତ ୨ ବର୍ଷ ତଳେ ରୀତିନୀତିରେ ତାର ବିବାହ ମଧ୍ୟ କରିଥିଲେ । କିନ୍ତୁ ବର୍ତ୍ତମାନ ସେହି ପୁତ୍ର ଅଭିମନ୍ୟୁର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତିକୁ ତାର ନାମରେ ମାଲିକାନା କରିବାକୁ ବାଧ୍ୟ କରୁଛି ବୋଲି ଅଭିମନ୍ୟୁ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଥିସହ ନିଜ ଘରୁ ବାହର କରିଦେଇଥିବା ସେମାନେ କହିଛନ୍ତି। ନିଜ ଘରୁ ବାହାର କରି ଦେଇଥିବା ବେଳେ ବର୍ତ୍ତମାନ ଉଭୟ ବୃଦ୍ଧ ଦମ୍ପତି ମାଗିଯାଚି ଚଳୁଥିବା କହିଛନ୍ତି। ନିଜର ସମସ୍ତ ସମ୍ପତି ରହିଥିଲେ ମଧ୍ୟ ନିରାଶ୍ରୟ ଭଳି ଦୟନୀୟ ଜୀବନ କାଟିବାକୁ ପଡୁଛି ବୋଲି ଅଭିଯୋଗ ଆଣିଛନ୍ତି। ତେଣୁ ଉକ୍ତ ଦତପୁତ୍ରକୁ ସେମାନଙ୍କୁ ଘରୁ ବାହାର କରି ବୃଦ୍ଧା ସମୟରେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଉଭୟ ନିବେଦନ କରିଛନ୍ତି। ଏସଂର୍ପକରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କହିଛନ୍ତି ଯେ, ଏସଂର୍ପକରେ ଏକ ମାମଲା ରୁଜୁ କରାଯିବ ସହ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଥିବା ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇ ସେମାନଙ୍କୁ ସୁରକ୍ଷା ଦେବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here