ଅପହରଣ ଘଟଣା, ୩ ଗିରଫ , ୨ ବାଇକ ଓ ଛୁରୀ ଜବତ

0
237

ବୁଗୁଡ଼ା : ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଅନ୍ତରପଡ଼ା ଗ୍ରାମର ନାବାଳକ ଙ୍କୁ ଅଗଷ୍ଟ ୨୨ ତାରିଖ ଦିନ ନିଜ ଘରୁ ବେକରେ ଛୁରୀ ଲଗାଇ ଅପହରଣ କରିନେଇଥିବା ଘଟଣାରେ ପୋଲିସ ୩ ଅପହରଣକାରୀଙ୍କୁ ଗିରଫ କରିଥିବା ବେଳେ ସେମାନେ ବ୍ୟବହାର କରିଥିବା ୨ଟି ବାଇକ ଓ ଗୋଟିଏ ଛୁରୀ ଜବତ ପୋଲିସ ଜବତ କରିଥିଲେ। ଗିରଫ ବ୍ୟକ୍ତିମାନେ ହେଲେ ନିରାକାର ଅଚାରୀ,ପବିତ୍ର ପାତ୍ର ଓ କାଳୁ ଚରଣ ଦାସ l ଭୁବନେଶ୍ୱରରେ ଶ୍ରମିକ ଭାବେ କାମ କରୁଥିବା ସନ୍ତୋଷ ଆପଟଙ୍କ ସ୍ତ୍ରୀ ରୁନୁଲତା ଆପଟ ପ୍ରାୟ ୩ ମାସ ପୂର୍ବେ ଆଶିକାର ସୁନା ବ୍ୟବସାୟୀ ନିରାକାର ଆଚାରୀ ଙ୍କ ଠାରୁ ୯୦ ହଜାର ଟଙ୍କା ଧାର ଆଣିଥିଲେ । ୫ ବର୍ଷ ମଧ୍ୟରେ କିସ୍ତିରେ ଲକ୍ଷେ ଟଙ୍କା ଶୁଝିବେ ବୋଲି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇ ଠିକ ହୋଇଥିଲା l ତେବେ ୩ ମାସ ମଧ୍ୟରେ ରୁନୁଲତା ଆପଟ କିଛି ମଧ୍ୟ ଟଙ୍କା ପରିଶୋଧ ନକରିବା ଯୋଗୁଁ ନିରାକାର ରୁନୁଙ୍କୁ ଟଙ୍କା ମାଗିବାରେ ରୁନୁ ଏତେ ଶୀଘ୍ର ଟଙ୍କା ଦେଇ ପାରିବେନି ବୋଲି ଅସହାୟତା ପ୍ରକାଶ କରିଥିଲେ । ନିରାକାର ବାରମ୍ବାର ରୁନୁଙ୍କୁ ଫୋନ କରି ଟଙ୍କା ଦେବା ପାଇଁ କହିଥିଲେ ମଧ୍ୟ ସେ ଦେଇନଥିଲେ। ଗତ କାଲି ମାଧ୍ୟାନ୍ନ ସମୟରେ ୨ଟି ବାଇକରେ ୩ ଜଣ ଅନ୍ତରପଡା ଆସି ପହଞ୍ଚି ଥିଲେ ସନ୍ତୋଷ ଓ ରୁନୁ ଭୁବନେଶ୍ୱରରେ ରହୁଥିବା ବେଳେ ତାଙ୍କ ପୁଅ ୧୫ ଦିନ ପୂର୍ବେ ନିଜ ଗ୍ରାମକୁ ଆସିଥିଲେ। ରୁନୁଙ୍କ ପୁଅ ଅନ୍ତରପଡ଼ାରେ ଜେଜେଙ୍କ ପାଖରେ ଥିବା ଜାଣି ଦୁଇଟି ବାଇକରେ ନିରାକାର ଆଚାରୀ ଓ ଅନ୍ୟ ଦୁଇଜଣ ଆସି ଘରେ ପଶି ଛୁରୀ ମୁନରେ ସନ୍ତୋଷ ଆପତାଙ୍କ ପୁତ୍ର କୁ ଦିନ ପ୍ରାୟ ସାଢେ ଗୋଟାଏ ସମୟରେ ଉଠାଇ ନେଇଥିଲେ l ସେ ପାଟି କରିବାରୁ ଗ୍ରାମର ସୂର୍ଯ୍ୟ ପ୍ରଧାନ ଓ ଜଟି ଆପଟ ସମେତ ୫ ଜଣ ଯୁବକ ୨ଟି ବାଇକରେ ସେମାନଙ୍କୁ ପିଛା କରି ଗହଙ୍ଗୁ ରାସ୍ତାରେ କେନ୍ଦୁପଦର ପର୍ଯ୍ୟନ୍ତ ଗୋଡ଼ାଇ ଥିଲେ ମଧ୍ୟ ସେମାନଙ୍କୁ ନ ପାଇ ଫେରି ଆସି ବାଲିପଦର ଫାଣ୍ଡିରେ ସମସ୍ତ ବିଷୟ ଜଣାଇଥିଲେ। ବାଲିପଦର ଫାଣ୍ଡି ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ତୁରନ୍ତ ପୋଲିସ ବାହିନୀ ସହ ଆସିକାରେ ପହଞ୍ଚି ଝଗଡେଇ ପାହାଡ଼ ଉପରେ ଥିବା ତ୍ରିନାଥ ମନ୍ଦିରରୁ ଅପରାହ୍ନ ସାଢେ ପାଞ୍ଚଟା ବେଳେ ରାଜେଶକୁ ଉଦ୍ଧାର କରିଥିଲେ l ପୋଲିସ ଏହି ଘଟଣାରେ ବୁଗୁଡା ଥାନା କେସ ନଂ ୪୧୬ /୨୧ ପ୍ରକାରେ ଏକ ମାମଲା ରୁଜୁ କରି ନିରାକାର ଆଚାରୀ, ପବିତ୍ର ପାତ୍ର ଓ କାଳୁ ଚରଣ ଦାସଙ୍କୁ ଅଗଷ୍ଟ ୨୨ ତାରିଖ ଦିନ କୋର୍ଟ ଚାଲାଣ କରା ଯାଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here