ଆମର ଓଡିଶାର ପିଲାମାନେ ପ୍ରତିଭାରେ କାହାଠାରୁ କମ୍ ନୁହନ୍ତି – ମୁଖ୍ୟମନ୍ତ୍ରୀ

0
261

ଛତ୍ରପୁର: ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ବିଦ୍ୟାଳୟ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟରେ ପୁଣି 10 ଗୋଟି ରୂପାନ୍ତରିତ ବିଦ୍ୟାଳୟ ସୋମବାର ଉଦ୍ଘାଟିତ ହୋଇଯାଇଛି । 5-ଟି ଉପକ୍ରମରେ ରୂପାନ୍ତର ହୋଇ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି, ପଠନ ଶୈଳୀ ସହିତ ପିଲା ମାନଙ୍କର ଶାରିରୀକ ମାନସିକ ବିକାଶ ଦିଗରେ ଅନେକ ପରିବର୍ତ୍ତନ ଆସିଛି । ଅଭିଭାବକଗଣ ଏଣିକି ବେସରକାରୀ ବଦଳରେ ସରକାରୀ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରିବେ । ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀ ଗଣ ବିଦ୍ୟାଳୟର ସୁବିଧା ପ୍ରତି ଆକର୍ଷିତ ହୋଇ ଅଧାପାଠ ଛାଡିବାରୁ ନିବୃତ ରହିବେ । ଶେରଗଡ ଓ ହିଞ୍ଜିଳିକାଟୁ ବ୍ଲକ୍ ରେ ଗତ 21 ତାରିଖରେ ଉଦ୍ଘାଟନ ହୋଇଥିବା ବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଭିଭାବକ, ବିଦ୍ୟାଳୟ କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ମୁଖ୍ୟମନ୍ତ୍ରୀଙ୍କ 5 ଟି ଅନ୍ତର୍ଗତ ଏହି କାର୍ଯ୍ୟକୁ ଭୂୟସି ପ୍ରଶଂସା କରିଥିଲେ । ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା 20ଜଣ ବିଧାୟକ ଗଣ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ବିଦ୍ୟାଳୟଗୁଡିକର ପରିବର୍ତ୍ତନ ଦେଖି ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିକାଶ ଧାରା ଓ ଜିଲ୍ଲା ପ୍ରଶାସନର ସମସ୍ତ ଟିମ୍ କୁ ଭୂୟସୀ ପ୍ରଶଂସା କରିଥିଲେ ।
ସୋମବାର ଦ୍ବିତୀୟ ପର୍ଯ୍ୟାୟ ଉଦ୍ଘାଟନୀ ଉତ୍ସବରେ 10 ଗୋଟି ରୂପାନ୍ତର ବିଦ୍ୟାଳୟ ଉଦ୍ଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମର ଓଡିଶାର ପିଲାମାନେ ପ୍ରତିଭାରେ କାହାଠାରୁ କମ୍ ନୁହନ୍ତି । ସେମାନଙ୍କ ପାଖରେ ଭରପୂର ସମ୍ଭାବନା ରହିଛି । ସୁଯୋଗ ପାଇଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ । ଏହି ପ୍ରସଙ୍ଗରେ ହକିଖେଳର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେଯେ, ହକି ଖେଳରେ ଆମର ପ୍ରଚୁର ସମ୍ଭାବନା ଥିଲା । ଯେତେବେଳେ ସେମାନଙ୍କୁ ପ୍ରୋତ୍ସାହନ ମିଳିଲା, ସେମାନେ ଦୀର୍ଘ 41 ବର୍ଷ ପରେ ଅଲମ୍ପିକରେ ମେଡାଲ ଜିତି ଆମ ପାଇଁ ଗୌରବ ଆଣିଲେ । ଲୋକସଭା ଭବନରୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ 5ଟି ସଚିବ ଭି.କେ.ପାଣ୍ଡିଆନ୍ । ମୋସ୍କୁଲର ଅଧ୍ୟକ୍ଷ ସସ୍ମିତା ବାଗଚି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଆଜି ପୂର୍ବାହ୍ନରେ ଓଡିଶାର 22 ଜଣ ବିଧାୟକ ଜିଲ୍ଲା ଗସ୍ତ କରି ତାମ୍ପରା ହ୍ରଦରେ ପ୍ରାକୃତିକ ଶୋଭା ଉପଭୋଗ କରିବା ସହିତ ଏହାର ଉନ୍ନତି ଦେଖି ଖୁସି ଜାହିର କରିଥିଲେ । ଏହାପରେ ମା ତାରାତାରିଣୀଙ୍କ ପୀଠ ଗସ୍ତ କରି ମା ଙ୍କ ଆଶୀର୍ବାଦ ଗ୍ରହଣ କରି ‘କ’ ଦଳରେ 11 ବିଧାୟକ ଓ ‘ଖ’ ଦଳରେ 11 ବିଧାୟକ ଉଭୟ ଶେରଗଡ ଓ ହିଞ୍ଜିଳିକାଟୁ ଗସ୍ତ କରି ଜିଲ୍ଲାର ଉନ୍ନୟନ ଦେଖି ଏବଂ 5-ଟି ଆଧାରରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟର ରୂପରେଖ ଦେଖି ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଓଡିଶା ନିଶ୍ଚିତ ଆଗାମୀ ପିଢି ପାଇଁ ଆଶୀର୍ବାଦ ବୋଲି ଜଣାଇଥିଲେ ।
ହିଞ୍ଜିଳିକାଟୁ ବ୍ଲକ୍ ଶାସନ ଆମ୍ବ ଗାଁ ସ୍ଥିତ ବୃନ୍ଦାବନ ନାୟକ ସ୍ମୃତି ବିଦ୍ୟାପୀଠରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ବାଗତ ଜଣାଇ ଉଦ୍ଘାଟନୀ ଉତ୍ସବର ଶୁଭାରମ୍ଭ କରିଥିଲେ । ଉକ୍ତ ବିଦ୍ୟାଳୟରେ ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ, ପାରାଦ୍ବୀପ ବିଧାୟକ ସମ୍ବିତ୍ ରାଉତ ଏବଂ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଇ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ଓ ବିଦ୍ୟାଳୟ ଗୁଡିକ ଉତ୍ତମ ମାନର ହୋଇଥିବା ପ୍ରକାଶ କରିଥିଲେ ।
ସେହିଭଳି ଦାରୁଭଦ୍ର ଗ୍ରାମ ପଞ୍ଚାୟତର ସାପୁଆପଲ୍ଲୀ ସରକାରୀ ୟୁଜି ହାଇସ୍କୁଲ ର ଉନ୍ନୟନ କାର୍ଯ୍ୟ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ପରିଦର୍ଶନ କରିଥିବା ବେଳେ ସାହାପୁର ଅନ୍ତର୍ଗତ ସରକାରୀ ଜି.ପି.ହାଇସ୍କୁଲର ଉନ୍ନୟନ କାର୍ଯ୍ୟ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା ପରିଦର୍ଶନ କରିଥିଲେ । ସେହିପରି ବୁରୁପଡା ଅନ୍ତର୍ଗତ ଭଗବତୀ ବିଦ୍ୟାପୀଠର ଉନ୍ନୟନ କାର୍ଯ୍ୟ ମାନ୍ୟବର ମନ୍ତ୍ରୀ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଓ ସରକାରୀ ଉଦ୍ୟୋଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଅଶୋକ ଚନ୍ଦ୍ର ପଣ୍ଡା ଏବଂ ବ୍ରଜରାଜ ବିଧାୟକ କିଶୋର କୁମାର ମହାନ୍ତି ପରିଦର୍ଶନ କରିଥିଲେ । ଭାବନ୍ଧ ସ୍ଥିତ ଜେସିସି ଉଚ୍ଚ ବିଦ୍ୟାଳୟକୁ ମାନ୍ୟବର ମନ୍ତ୍ରୀ ଅବକାରୀ ଓ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ ପରିଦର୍ଶନ କରିଥିଲେ । ତାକରଡା ଅନ୍ତର୍ଗତ ଶହୀଦ୍ ହାଇସ୍କୁଲ ର ଉନ୍ନୟନମୂଳକ କାର୍ଯ୍ୟକୁ ଚୌଦ୍ବାର ବିଧାୟକ ସୌଭିକ୍ ବିଶ୍ବାଳ ଓ ପାଲଲହଡ ବିଧାୟକ ମୁକେଶ କୁମାର ପାଳ ପରିଦର୍ଶନ କରିଥିଲେ । କୁଲାଗଡ ଅନ୍ତର୍ଗତ ମା କାଳୀ ହାଇସ୍କୁଲ ମାନ୍ୟବର ସମବାୟ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ପରିଦର୍ସନ କରିଥିବା ବେଳେ କୁମାରପାଣି ସ୍ଥିତ ଉଚ୍ଚ ବିଦ୍ୟାଳୟକୁ ସୂଚନା ଓ ଲୋକସମ୍ପର୍କ, ଜଳ ସମପଦ ମନ୍ତ୍ରୀ ରଘୁନାଥ ଦାଶ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପରିଦର୍ଶନ କରିଥିଲେ । ଧନନ୍ତରାସ୍ଥିତ ଲାଞ୍ଜିଆପଲ୍ଲୀ ଉଚ୍ଚ ବିଦ୍ୟାଳୟ କୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପରିଦର୍ଶନ କରିଥିବା ବେଳେ କରଡାକଣା ଉଚ୍ଚ ବିଦ୍ୟାଳୟକୁ ମାନ୍ୟବର ପଞ୍ଚାୟତିରାଜ ଏବଂ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ , ଆଇନ୍ ମନ୍ତ୍ରୀ ପ୍ରତାପ କୁମାର ଜେନା ଓ ରାଜନଗର ବିଧାୟକ ଧୃବ ଚରଣ ସାହୁ ସମେତ ଖଲ୍ଲିକୋଟ ବିଧାୟିକା କେ.କେ. ସୂର୍ଯ୍ୟମଣୀ ବୈଦ୍ୟ ପରିଦର୍ଶନ କରିଥିଲେ । ପ୍ରଥମ ‘କ’ ଦଳରେ ହିଞ୍ଜିଲିକାଟୁ ପୌର ପରିଷଦ ଅଞ୍ଚଳର ନେତାଜ ପାର୍କ, ଓ୍ବାର୍ଡ ନଂ 6 ର ଆଦର୍ଶ କଲୋନୀ, ଇଣ୍ଡୋର୍ ଷ୍ଟାଡିୟମ୍, ବସ୍ ଷ୍ଟାଣ୍ଡ ଓ ଜନ ସାଧାରଣଙ୍କ ଉପଯୋଗିତା ଗୃହ, ଅଣୁ ଖେତ କେନ୍ଦ୍ର ( ମାଇକ୍ରୋ କମ୍ପୋଜେଟିଙ୍ଗ ସେଣ୍ଟର) ସାମଗ୍ରୀ ପୁନରୁଦ୍ଧାର ସୁବିଧା (ମ୍ୟାଟେରିଆଲ୍ ରିକଭରି ଫଙ୍କସନ୍), ଉପଖଣ୍ଡ ଚିକିତ୍ସାଳୟ, ପୋଚିଲିମା ଗ୍ରାମ ପଞ୍ଚାୟତରେ ନବ ନିର୍ମିତ ହୋଇଥିବା ଅତ୍ୟାଧୁନିକ ଗୋରୁ ହଷ୍ଟେଲ, ସାରୁ ଗ୍ରାମପଞ୍ଚାୟତର ବିଜୁ ପଞ୍ଚାୟତ ପାଠାଗାର, ଗ୍ରାମ ପଞ୍ଚାୟତ ପାଠାଗାର, ଗୋରୁ ହଷ୍ଟେଲ୍, ଶାସନ ଆମ୍ବ ଗାଁ ଗ୍ରାମ ପଞ୍ଚାୟତରେ ଅତ୍ୟାଧୁନିକ ଅଙ୍ଗନଓ୍ବାଡି କେନ୍ଦ୍ର, ଅଣୁ ଖେତ କେନ୍ଦ୍ର, ସାମଗ୍ରୀ ପନରୁଦ୍ଧାର ସୁବିଧା, ଆଧୁନିକ ଟ୍ୟାଙ୍କ, ଶିଶୁ ଉଦ୍ୟାନ, ମିଶନ୍ ଶକ୍ତି ଗୃହ ପରିଦର୍ଶନ କରିଥିଲେ ।
ଦ୍ବିତୀୟ ‘ଖ’ ଦଳରେ ହିଞ୍ଜିଳିକାଟୁର ଶାସନ ଆମ୍ବ ଗାଁ ଗ୍ରାମପଞ୍ଚାୟତର ଆଧୁନିକ ଅଙ୍ଗନଓ୍ବାଡି କେନ୍ଦ୍ର, ଆଧୁନିକ ଟ୍ୟାଙ୍କ, ଶିଶୁ ଉଦ୍ୟାନ, ମିଶନ୍ ଶକ୍ତି ଗୃହ, ସାରୁ ଗ୍ରାମପଞ୍ଚାୟତର ବିଜୁ ପଞ୍ଚାୟତ ପାଠାଗାର, ଗ୍ରାମ ପଞ୍ଚାୟତ ଗୃହ, ଗୋରୁ ହଷ୍ଟେଲ, ହିଞ୍ଜିଳିକାଟୁର ଉପଖଣ୍ଡ ଚିକିତ୍ସାଳୟ, ନେତାଜୀ ପାର୍କ, ଓ୍ବାର୍ଡ ନଂ 6 ର ଆଦର୍ଶ କଲୋନୀ, ଉଣ୍ଡୋର ଷ୍ଟାଡିୟମ୍, ଅଣୁ ଖେତ କେନ୍ଦ୍ର, ସାମଗ୍ରୀ ପୁନରୁଦ୍ଧାର ସୁବିଧା, ବସ୍ ଷ୍ଟାଣ୍ଡ ଜନସାଧାରଣଙ୍କ ଉପଯୋଗିତା ଗୃହ ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here