ଗଞ୍ଜାମ ଜିଲ୍ଲାପାଳଙ୍କ ବେଗୁନିଆପଡା ବ୍ଲକରେ କରୋନା ସମୀକ୍ଷା ଓ ପରାମର୍ଶ

0
492

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ l ଜିଲ୍ଲାର ବିଭିନ୍ନ ଅଂଚଳ ଏବେ କଣ୍ଟନମେଣ୍ଟ ଜୋନ, ବଫର ଜୋନରେ ପରିଣତ ହେଲାଣି l ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସଂକ୍ରମିତ ଅଂଚଳ ଗୁଡିକ ଭ୍ରମଣ କରି ସ୍ଥିତି ସମୀକ୍ଷା କରିବାରେ ଲାଗିଛନ୍ତି l ମଙ୍ଗଳବାର ଦିନ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବେଗୁନିଆପଡା ବ୍ଲକ ଆସି କୋଦଳା ପରିସ୍ଥିତି ଅନୁଧ୍ୟାନ କରିବା ସହ ବେଗୁନିଆପଡା ଗ୍ରସ୍ତକରି  ସରପଞ୍ଚ ମାନଙ୍କୁ  ପରାମର୍ଶ  ଦେଇଥିଲେ.  3T.   ଯୋଜନା ଓ  SMS.  ପାଳନ  କରିବା  ଦିଗରେ  ଦୃଷ୍ଟି  ଦେବାକୁ ପରାମର୍ଶ  ଦେଇଥିଲେ, କୋଭିଡ କେର  ହେଲଥ କମିଟି ଗଠନ, ପଂଚାୟତରେ କୋଭିଡ  କେର ସେଣ୍ଟର ସଜାଗ ରଖିବା ଏବଂ  ପୋଖରୀ ରେ  ଗାଧୋଇବାକୁ  ବାରଣ  କରିବା,  ମନ୍ଦିର, କୋଠ ଘର,  ଛକ ଯାଗା ରେ ଆଦି ଗହଳି  ନକରିବା ଉପରେ  ଗୁରୁତ୍ୱ  ଦେବା ସହ, ଦୋକାନ ରେ  କୋଭିଡ ନିୟମ  ମାନିବା  ନେଇ  ଗୁରୁତ୍ୱ ଦେବାକୁ  କହିଥିଲେ. ସେହିପରି ବେଗୁନିଆପଡା ବ୍ଲକରେ ବ୍ୟବସାୟୀ  ମାନେ  ସାମାଜିକ  ଦୂରତ୍ୱ,  ମାସ୍କ ବ୍ୟବହାର,  ଗ୍ଳୋବ୍ସ  ପିନ୍ଧିବାକୁ  ବାଧ୍ୟ, ନିୟମ  ନମାନିଲେ  ଦୋକାନ  ସିଲ  କରିବାକୁ କହିଥିଲେ, ବ୍ଲକରେ  ଆକ୍ରାନ୍ତ ସଂଖ୍ୟା ବଢୁ ଥିବାରୁ  ଦୋକାନକୁ  ଆସୁଥିବା ଲୋକଙ୍କ  ନାମ  ଲେଖିବା କୁ  ବାଧ୍ୟ  କରା ଯିବା ସହ  ବେରିକାଟ  କରିବା କୁ  ବାଧ୍ୟ  କରାଯାଇଛି,  ଜୁଲାଇ 31ତାରିଖ ଯାଏ  ଗାଁ ଗହଳି  ଲୋକ  ସହର କୁ  ନ  ଆସିବାକୁ  ନିବେଦନ  କରାଯାଇଛି. ଜିଲ୍ଲାପାଳ  ଙ୍କ  ଗ୍ରସ୍ତ  ସମୟରେ ବିଡ଼ିଓ ବେଦବର ପ୍ରଧାନ , କୋଦଳା ତହସିଲଦାର, ମେଡିଗଞ୍ଜାମ ଜିଲ୍ଲା ରେ  କରୋନା ଆକ୍ରାନ୍ତ ସଂଖ୍ୟା  ବୃଦ୍ଧି  ପାଉଥିବା ବେଳେ  ବେଗୁନିଆପଡା ବ୍ଲକରେ କେତୋଟି ପଞ୍ଚାୟତରେ  ରୋଗୀ  ଚିହ୍ନଟ ହୋଇଥିବା ଯୋଗୁଁ  ସଂକ୍ରମଣ  ନିୟନ୍ତ୍ରଣ ପାଇଁ  ପ୍ରଶାସନ ତତ୍ପର ହୋଇଛି , ଏଥି ପାଇଁ  ସରପଞ୍ଚ ମାନେ ସକ୍ରିୟ ରହି  ଗାଁ  ଗାଁ ରେ କରୋନା  ମୁକାବିଲା  କରିବା ପାଇଁ  ବିଭିନ୍ନ ପ୍ରକାର  ପଦକ୍ଷେପ  ନେବାକୁ  ଆଜି ବେଗୁନିଆପଡା  ଗ୍ରସ୍ତ ରେ ଆସି  ଗଞ୍ଜାମ  ଜିଲ୍ଲପାଳ ବିଜୟ  ଅମୃତ  କୁଲାଙ୍ଗ  ସରପଞ୍ଚ ମାନଙ୍କୁ  ପରାମର୍ଶ  ଦେଇଥିଲେ । କୋଭିଡ କେର  କମିଟି ଗଠନ, ପଂଚାୟତ ରେ କୋଭିଡ  କେର ସେଣ୍ଟର ସଜାଗ ରଖିବା ଏବଂ  ପୋଖରୀ ରେ  ଗାଧୋଇବାକୁ  ବାରଣ  କରିବା,  ମନ୍ଦିର, କୋଠ ଘର,  ଛକ ଯାଗା ରେ ଆଦି ଗହଳି  ନକରିବା ଉପରେ  ଗୁରୁତ୍ୱ  ଦେବା ସହ, ଦୋକାନ ରେ  କୋଭିଡ ନିୟମ  ମାନିବା  ନେଇ  ଗୁରୁତ୍ୱ ଦେବାକୁ  କହିଥିଲେ. ସେହିପରି ବେଗୁନିଆପଡା ବ୍ଲକରେ ବ୍ୟବସାୟୀ  ମାନେ  ସାମାଜିକ  ଦୂରତ୍ୱ,  ମାସ୍କ ବ୍ୟବହାର,  ଗ୍ଳୋବ୍ସ  ପିନ୍ଧିବାକୁ  ବାଧ୍ୟ, ନିୟମ  ନମାନିଲେ  ଦୋକାନ  ସିଲ  କରିବାକୁ କହିଥିଲେ, ବ୍ଲକରେ  ଆକ୍ରାନ୍ତ ସଂଖ୍ୟା ବଢୁ ଥିବାରୁ  ଦୋକାନକୁ  ଆସୁଥିବା ଲୋକଙ୍କ  ନାମ  ଲେଖିବା କୁ  ବାଧ୍ୟ  କରା ଯିବା ସହ  ବେରିକାଟ  କରିବା କୁ  ବାଧ୍ୟ  କରାଯାଇଛି,  ଜିଲ୍ଲା ପାଳ ଙ୍କ  ଗ୍ରସ୍ତ  ସମୟରେ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଠି, ତହସିଲଦାର ପ୍ରଭାତ କୁମାର ପରିଡା,ବିଡ଼ିଓ ବେଦବର ପ୍ରଧାନ  ଙ୍କ  ସମେତ  ସମସ୍ତ  ସରପଞ୍ଚ ଓ ନୋଡାଲ ଅଫିସର  ଉପସ୍ଥିତ  ଥିଲେ।

LEAVE A REPLY

Please enter your comment!
Please enter your name here