ପାରଳା ଡିଏଫ୍‌ଓଙ୍କୁ କ୍ରାଇବ୍ରାଞ୍ଚ ର ୪ଘଣ୍ଟା ଧରି ମାରାଥନ ଜେରା;ସାମ୍ବାଦିକଙ୍କ ପ୍ରଶ୍ନରେ ଡିଏଫ୍‌ଓ ଦେଖାଇଲେ ନାଲିଆଖି

0
271

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ପୋଲିସ ଗେଷ୍ଟହାଉସ ଠାରେ ବହୁ ଚର୍ଚ୍ଚିତ ଘଟଣାକୁ ନେଇ ଆଜି ଏପିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାର ପକ୍ଷରୁ ପାରଳା ଥାନାରେ ଅଭିଯୋଗ ହୋଇଥିବା ମୁଖ୍ୟ ଅଭିଯୁକ୍ତ ତଥା ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି କ୍ରାଇମ ବ୍ରାଞ୍ଚ ସକାଳ ୩ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଜେରା କରିଥିବାର ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ ତରଫରୁ ଆଜି ସକାଳ ୯.୩୦ ସମୟରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ସ୍ଥାନୀୟ ପୋଲିସ ଗେଷ୍ଟହାଉସରେ ଜେରା ଆରମ୍ଭ ହୋଇଥିଲା । ଏହି ଜେରା ଆଜି ମଧ୍ୟାହ୍ନ ପାଖାପାଖି୧.୩୦ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ବେଳେ । ଜେରାର ସମ୍ମୁଖୀ ହେବା ପରେ ଡିଏଫ୍‌ଓ ପୋଲିସ ଗେଷ୍ଟ ହାଉସ ବାହାରକୁ ଆସିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଜେରା ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ । ହେଲେ ପାରଳା ଡିଏଫ୍‌ଓ ଗଣମାଧ୍ୟମ ପ୍ରତିନିଧିଙ୍କ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ରାଜି ହୋଇନଥିଲେ ଫଳରେ ସାମ୍ବାଦିକମାନଙ୍କ ଉପରେ ପାରଳା ଡିଏଫ୍‌ଓ ବିଭିନ୍ନ ପ୍ରଶ୍ନକୁ ନେଇ ନାଲିଆ ଆଖି ଦେଖାଇ ମୁଁ ତୁମକୁ ଉତ୍ତର ଦେବାକୁ ବାଧ୍ୟ ତା ନୁହେଁ ଏହା ସହ ମୁଁ ଯାହା କହିବା କଥା ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇଛି । ଆବଶ୍ୟକ ହେଲେ ତାହା ସେମାନଙ୍କ ଠାରୁ ପଚାର କହି ଚାଲିଯାଇଥିଲେ ଡିଏଫ୍‌ଓ ।

ଏହାପରେ କ୍ରାଇମ ବ୍ରାଞ୍ଚଡିଏସ୍‌ପି ଜ୍ଞାନରଂଜନ ମିଶ୍ରଙ୍କୁ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଡିଏଫଓଙ୍କୁ ପ୍ରାୟ ୪ଘଣ୍ଟା ବିଭିନ୍ନ ଦିଗରୁ ପଚରା ଉଚରା କରାଯାଇଥିଲା । ଏହାର ସମସ୍ତ ଦିଗକୁ ନେଇ ତର୍ଜମା କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡିଏଫଓଙ୍କ ଉପସ୍ଥିତିକୁ ନେଇ ଭାଇରାଲ ଭିଡିଓ ସମ୍ପର୍କରେ କହିଥିଲେ ଯେ, ଏନେଇ ଅଧିକା ଖୋଳତାଡ କରାଯିବ । ଆବଶ୍ୟକ ପଡିଲେ ଲାଇଡିକ୍ଟେସନ ମଧ୍ୟ କରାଯାଇପାରେ ବୋଲି କହିଥିଲେ । ଏଥି ସହ ଆହୁରି ଆବଶ୍ୟକ ପଡିଲେ ଡିଏଫ୍‌ଓଙ୍କୁ ପୁଣି ଥରେ ମଧ୍ୟ ଜେରା କରାଯାଇପାରେ । ସମସ୍ତଙ୍କ ବୟାନ ରେକଡକୁ ଯାଞ୍ଚ କରାଯାଇ ଘଟଣାର ସତ୍ୟାସତ୍ୟକୁ ଉଦ୍‌ଘାଟନ କରିବାକୁ ପ୍ରୟାସ ଚାଲିଛି ବୋଲି ପ୍ରକାଶ କରି ବିଦ୍ୟାଭାରତୀଙ୍କୁ କେବେ ଜେରା କରାଯିବ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ ଯେ, ଅତି ଶୀଘ୍ର ବିଦ୍ୟାଭାରତୀଙ୍କୁ ମଧ୍ୟ ଜେରା କରାଯିବ । ଆଜକୁ ୮ ଦିନ ହେଲା କ୍ରାଇମବ୍ରାଞ୍ଚ ଏଭଳି ଜେରା ଜାରି ରଖିଛି । ଆଜିକୁ ଅଷ୍ଟମ ଦିନରେ ଡିଏଫଓଙ୍କୁ ଜେରା କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏଥି ପୂର୍ବରୁ ପ୍ରାୟ ୧୪ଜଣ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କୁ ଜେରା ଶେଷ କରାଯାଇଥିବା ବିଷୟ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here