ଆଦର୍ଶ ଛାତ୍ରଙ୍କ ଠାରୁ ମୋବାଇଲ ଚୋରି ଅଭିଯୋଗରେ ଦୁଇ ଗିରଫ

0
350

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଵାଣିଆବାଡି ମୋବାଇଲ ଚୋରି ଘଟଣା ରେ ପୋଲିସ କୁ ମିଳିଛି ସଫଳତା | ସୂଚନା ଅନୁଯାୟୀ ଗତ ଜାନୁଆରୀ ସାତ ତାରିଖ ଅପରାହ୍ନ ସମୟରେ ସୁମଣ୍ଡଳ ନିକଟସ୍ଥ ଵାଣିଆବାଡି ଛକ ଠାରେ ଆଦର୍ଶ ବିଦ୍ୟାଳୟ ର ଜଣେ ଛାତ୍ର ନିଗମ ଜେନା ମୋବାଇଲ ଧରି ଛିଡା ହୋଇଥିବା ସମୟରେ ଏକ ବାଇକ ରେ ତିନି ଜଣ ଦୁର୍ବୁତ୍ତ ଆସି ନିଗମଙ୍କ ଠାରୁ ମୋବାଇଲ ଛଡାଇ ନେଇଥିଲେ | ଏ ନେଇ ପୋଲିସ ରେ ନିଗମ ର ମା’ସନ୍ଧ୍ୟାରାଣୀ ଜେନା ଙ୍କ ଲିଖିତ ଏତଲା ପରେ ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା କେଶ ନମ୍ବର 07/21 ରେ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଂଚି ନିକଟସ୍ଥ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଥିଲେ | ଦଶ ତାରିଖ ଦିନ ଏହି ଚୋରି କେଶ ରେ ସଫଳତା ପୂର୍ବକ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ | ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ ତାକୁ ଜୁଭେନାଇଲ କୋର୍ଟ କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଶ୍ରୀ ବେହେରା | ଅନ୍ୟ ଜଣେ ଅଭିଯୁକ୍ତ ଧରାକୋଟ ଅନ୍ତର୍ଗତ ଦାମୋଦର ପଲ୍ଲୀ ର ଏସ. ବୁଲୁ ରେଡି ଙ୍କ ପୁଅ ଏସ.ବଳରାମ ରେଡି (23) କୁ ଗିରଫ କରି ଦଫା 394 ଆଧାରରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି | ଚୋରି ରେ ବ୍ୟବହୃତ ବାଇକ ଓଡି07ଏସ0199 କୁ ମଧ୍ୟ ଜବତ କରିଛି ପୋଲିସ |ଅନ୍ୟ ଜଣେ ଅଭିଯୁକ୍ତ କୁ ଖୁବ ଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି ଫାଣ୍ଡି ଅଧିକାରୀ |

LEAVE A REPLY

Please enter your comment!
Please enter your name here