ଡାବୁଗାଁରେ ଜିଲ୍ଲା ଅନୁସୂଚିତ ଜାତି ଏବଂ ଏସ ସି ଯୁବକସଙ୍ଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

0
358

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ଆଜି ରବିବାର ଜିଲ୍ଲା ଅନୁସ୍ଵଚିତ ଜାତି SC ସଂଘ ନବରଙ୍ଗପୁର ର ଜିଲ୍ଲାସ୍ତରୀୟ ବୈଠକ ଡାବୁଗାଁ ବ୍ଲକ ସଦରମହକୁମା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ର ୧୦ ଗୋଟି ବ୍ଳକର ସଭାପତି, ସମ୍ପାଦକ ଓ ଜିଲ୍ଲା ସଭାପତି, ସମ୍ପାଦକ, ଉପ ସଭାପତି, ଜିଲ୍ଲା ସଦସ୍ୟ ଉପସ୍ଥିତ ଥିଲେ। ବୈବକକୁ ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ଭକ୍ତ ସଭାପତିତ୍ଵ କରିଥିଲେ। ଜିଲ୍ଳା ସାଧାରଣ ସମ୍ପାଦକ ଭଗବାନ ବୈରାଗୀ ପରିଚାଳନା କରିଥିଲେ। ଜିଲ୍ଲା ଅନୁସ୍ଵଚିତ ଜାତି ସଂଗଠନ ଆଗାମୀ ଦିନରେ ଜିଲ୍ଲା ର ପ୍ରତ୍ୟେକ ପଞ୍ଚାୟତରେ ସୁଦୃଡ଼ ହେବ । ଲୋକଙ୍କ ପାଖରେ ପହଞ୍ଚିପାରିବ. ପଞ୍ଚାୟତ କୋମିଟି ଗଠନ ହେବ । ଜିଲ୍ଲା ର ୧୦ଗୋଟି ବ୍ଳକର ଅନୁସ୍ଵଚିତ ଜାତିSC ବର୍ଗର ଲୋକେ ସରକାରୀ ସୁବିଧା ପାଇପାରିବେ, ସାମ୍ବିଧାନିକ ଅଧିକାର, ଶିକ୍ଷା ଗତ ଅଧିକାର, ମୌଳିକ ଅଧିକାର, ରାଜନୈତିକ ଅଧିକାର, ନ୍ୟାୟିକ ଅଧିକାର ପାଇପାରିବେ, ଜିଲ୍ଲାରେ ସଂଗଠନ କିପରି ମଜବୁଦରେ କାମ କରିବ। ଏହା ଆଲଚନା କରାଗଲା ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ଭକ୍ତ ଓ ସାଧାରଣ ସମ୍ପାଦକ ଭଗବାନ ବୈରାଗୀ ଏହି ସବୁ ବିଷୟବସ୍ତୁ ଉପରେ ସଂଘର ସଦସ୍ୟମାନଙ୍କୁ ଦିଗଦର୍ଶନ ଦେଇଥିଲେ।ଏହି ବୈଠକରେ ଉପସ୍ଥିତି ଥିଲେ
ଉପସ୍ଥିତ ସଭ୍ୟ : ଜିଲ୍ଲା ଉପସଭାପତି, ନିର୍ମିଲ କନ୍ଦପାନ,ଜିଲ୍ଲା ସଦସ୍ୟ ଦଶାମାଝୀ, ୧୦ଗୋଟି ବ୍ଳକର ସଭାପତି ସମ୍ପାଦକ-ଦେବରାଜ ନାଗ, ତୁଳାରାମ ସୁନା,ଗଣେଶ ବାଘ, ସୁଦର୍ଶନ ଜଗତ, ଚନ୍ଦ୍ରସେନ ଡଙ୍ଗରୀ, ଭରତ ମିର୍ଗାନ, ଲଳିତ ସୁନାନୀ, ପପୁ ନା ରେଲି, ଅନିଲ କୁମାର ଦାସ, ଘାସିରାମ ହରିଜନ, କ୍ଷମରାଜ ଭତରା, ଜଗନ୍ନାଥ ସୁନା,ଖଗେଶ୍ଵର ପତି,ବୁଚନ ନାୟକ ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here